ମୃତକଙ୍କ ପରିଚୟ ମିଳିପାରିନଥିଲା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦରଥାନା ପୋଲିସ ପହଞ୍ଚି ମୃତ ଶରୀର ଉଦ୍ଧାର କରିବା ସହ ତଦନ୍ତ ଜାରୀ ରଖିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ମୟୂରଭଞ୍ଜ: ବାରିପଦା ସଦରଥାନା ଅନ୍ତର୍ଗତ କ୍ଷେତ୍ରପାଟଣା ଛକ ପାଖ ରାସ୍ତା ତଳେ ଆଜି ସକାଳୁ ଜଣେ ମଟର ସାଇକେଲ ଆରୋହୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମଟରସାଇକେଲ ଯୋଗେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।
ମୃତକଙ୍କ ପରିଚୟ ମିଳିପାରିନଥିଲା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦରଥାନା ପୋଲିସ ପହଞ୍ଚି ମୃତ ଶରୀର ଉଦ୍ଧାର କରିବା ସହ ତଦନ୍ତ ଜାରୀ ରଖିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଭାରତର ରୋମାଞ୍ଚକର ବିଜୟ, ପ୍ରଥମ ଦିନିକିଆରେ ବାଜିମାତ୍ । ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇଲା ଭାରତ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ।
ଅଧିକ ପଢନ୍ତୁ : ଶାମିଙ୍କୁ ୫ ୱିକେଟ, ୨୭୬ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ
କେ.ଏଲ୍. ରାହୁଲଙ୍କ ଅଧିନାୟକତ୍ଵରେ ଭାରତର ଦମ୍ଦାର ବିଜୟ । ଓପନିଂ ଯୋଡ଼ିରେ ୧୪୨ ରନ୍ କଲେ ଋତୁରାଜ ଓ ଶୁବମନ୍ । ଶୁବମନ୍ ୭୪, ଋତୁରାଜ ୭୧, ରାହୁଲ ୫୮, ସୂର୍ଯ୍ୟକୁମାରଙ୍କ ୫୦ ରନ୍ ସଂଗ୍ରହ କରିଥିଲେ ।
ଅର୍ଗସ ବ୍ୟୁରୋ : ପୁଣି ବଢ଼ିଲା ଲାଲୁ ପରିବାରର ସମସ୍ୟା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ରାବ୍ରି ଓ ତେଦସ୍ବୀଙ୍କୁ ଜାରି ହୋଇଛି କୋର୍ଟ ସମନ । ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ, ପତ୍ନୀ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବଙ୍କ ଅକ୍ଟୋବର ୪ ତାରିଖରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ମାମଲାରେ ସିବିଆଇ ଗତ ୨୧ ତାରିଖରେ ଦ୍ବିତୀୟ ଚାର୍ଜସିଟ ଦାଖଲ କରିବା ପରେ ସମସ୍ତ ୧୭ ଅଭିଯୁକ୍ତଙ୍କୁ ସମନ ଜାରି ହୋଇଛି । ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବାବେଳେ ବିଭାଗ ଗ୍ରେଡ ଫୋର ପଦବୀରେ ବେଆଇନ ଭାବେ ବହୁ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତି ଦେଇଥିଲେ । ଏଥିପାଇଁ ଚାକିରି ଆଶାୟୀ ଲାଲୁଙ୍କ ପରିବାର ଲୋକଙ୍କ ନାମରେ ଜମି ରେଜିଷ୍ଟ୍ରି କରିବା ପରେ ଚାକିରିରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା ।
ନୂଆଦିଲ୍ଲୀ: 14 ଦିନ ପରେ ଚନ୍ଦ୍ରପୃଷ୍ଠରେ ଏବେ ଦିନ ହୋଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡ଼ିଛି। ଫଳରେ ପୁଣି ଉଜ୍ଜୀବିତ ହୋଇଛି ଭାରତର ଚନ୍ଦ୍ରଯାନ ଅଭିଯାନ ସମ୍ପର୍କିତ ଉତ୍କଣ୍ଠା। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଏଥିପାଇଁ ଆଉ କିଛି ଘଣ୍ଟା ପରେ ଇସ୍ରୋ ପ୍ରୟାସ ଆରମ୍ଭ କରିବ। ସୁପ୍ତ ହୋଇ ପଡି ରହିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସତେଜ ହେବା ଆଶା ଉଜ୍ଜୀବିତ ହୋଇଛି । କାରଣ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପଡିଛି ସୂର୍ଯ୍ୟକିରଣ। ଯାହାଦ୍ବାରା ଧିରେ ଧିରେ ସୋଲାର ପ୍ୟାନେଲ୍ ଚାର୍ଜ ହେବ। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ ।
ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ। କାରଣ ବୈଜ୍ଞାନିକଙ୍କ ମତରେ ଯଦି ଭାଗ୍ୟ ସାଥ୍ ଦେବ ତାହେଲେ ଜାଗ୍ରତ ହେବେ ବିକ୍ରମ ଓ ପ୍ରଜ୍ଞାନ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଇସ୍ରୋ ପକ୍ଷରୁ ଏହି ରୋଭର ଓ ଲ୍ୟାଣ୍ଡର ସେପ୍ଟେମ୍ବର ୨ ଓ ୪ ତାରିଖରେ ପୂରା ଚାର୍ଜ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଥିଲା। କାରଣ ଚନ୍ଦ୍ରରେ ରାତ୍ରୀକାଳ ଆରମ୍ଭ ହୋଇଯାଇଥିଲା। ଆଉ ଏହି ସମୟରେ ତାପମାତ୍ର ମାଇନସ୍ ୧୨୦ ଡିଗ୍ରୀରୁ ମାଇନସ୍ ୨୦୦ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ। ତେଣୁ ଏହି ପ୍ରବଳ ଥଣ୍ଡାରେ ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ସ ବୁକିଛି ଠିକ୍ ଥାଏ ତେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଅଧିକ। ଭାରତୀୟ ସମୟ ଅନୁସାରେ ୨୦ ସେପ୍ଟେମ୍ବର ସଂଧ୍ୟାରେ ସେଠାରେ ସୂର୍ଯ୍ୟକିରଣ ପଡିଛି। ଆସନ୍ତାକାଲି ସେମାନଙ୍କୁ ଜାଗ୍ରତ କରିବା ଲାଗି ପ୍ରୟାସ ଆରମ୍ଭ କରିବ ଇସ୍ରୋ। ଯଦି ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରୁ ଆହୁରି ଅଧିକ ତଥ୍ୟ ଇସ୍ରୋ ସଂଗ୍ରହ କରିବାରେ ସକ୍ଷମ ହେବ।
ଅଧିକ ପଢନ୍ତୁ ଭାରତ ଖବର