ମୃତ କାରଣ କ'ଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ, ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବସନ୍ତଙ୍କ ପରିବା ତଥା ସଂପର୍କୀୟଙ୍କ ତରଫରୁ ତାଙ୍କ କେହି ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭଦ୍ରକ: ରାସ୍ତା କଡ଼ରେ ପଡ଼ିଛି ମେଡିକାଲ କର୍ମଚାରୀଙ୍କ ମୃତଦେହ। ଭଦ୍ରକ ଧାମନଗର ଜରାନିବାସ ରାସ୍ତା କଡ଼ରେ ପଡ଼ି ରହିଛି ମୃତ ଦେହ। ମୃତ ବ୍ୟକ୍ତି ଜଣଙ୍କ ନାମ ବସନ୍ତ କୁମାର ସାହୁ ଯାହାଙ୍କ ଘର ଧାମନଗର ଗୋବିନ୍ଦ ପୁର ଗ୍ରାମରେ। ବସନ୍ତ ଧାମନଗର ଏକ ପ୍ରଥମ ଚିକିତ୍ସାଳୟ କର୍ମଚାରୀ ଥିଲେ।
ମୃତ କାରଣ କ'ଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ, ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବସନ୍ତଙ୍କ ପରିବା ତଥା ସଂପର୍କୀୟଙ୍କ ତରଫରୁ ତାଙ୍କ କେହି ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନାମ ବାବୁଲା ଭତରା , ବୟସ ୮ ବର୍ଷ , ଜନ୍ମ ରୁ ଭିନ୍ନକ୍ଷମ , ପିତା ମାତା ଦିନ ମଜୁରିଆ , କୁଲି ମଜୁରୀ କଲେ ପରିବାର ପ୍ରତିପୋଷଣ ହୁଏ । ଏମିତିରେ ପୁଅ ଭିନ୍ନକ୍ଷମ ଥିବାରୁ ପରିବାର ଲୋକେ ଚିନ୍ତା ରେ , ବାରମ୍ବାର ୱାର୍ଡ ମେମ୍ବର , ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ ଉପରେ ଆବେଦନ କରିଥିଲେ ମଧ୍ୟ ୮ ବର୍ଷ ହେଇଗଲା ମିଳୁନି ଭତ୍ତା । ଠିକ୍ ସେ କଥା କହିପାରୁନି ବାବୁଲା , ମାଟି ରେ ଘୋଷାଡି ଘୋଷାଡି ବୁଲୁଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନି ଦିବ୍ୟାଙ୍ଗ ଶିଶୁ ଉପରେ ତାହା ବଡ ପ୍ରଶ୍ନ । ।
ଜିଲ୍ଲାରେ ଏମିତି ଅନେକ ଭିନ୍ନକ୍ଷମ ଅଛନ୍ତି ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବାବୁଲା ଙ୍କ ପିତା ଙ୍କୁ ଆବାସ ଗୃହ ସ୍ଵପ୍ନ ପାଲଟିଛି । ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚିତ , ଚାଳଛପର ଘରେ ଦିନ କରୁଛନ୍ତି । ଆବାସ ଗୃହ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗୁହାରି କରିଥିଲେ ମଧ୍ୟ ମିଳୁ ନାହିଁ ଗୃହ । ଏହି ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ବାବୁଲା ଙ୍କୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କି ପ୍ରକାର ସହାୟତା ଯୋଗାଇଦେବେ ତାକୁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲା ଗୁଡାରୀ ରେ 1998 ମସିହା ରେ ସ୍ଥାପନ ହୋଇ ଥିଲା ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟ l ଗୁଡାରୀ ଏବଂ ଚନ୍ଦ୍ରପୁର ପାଇଁ ଗୋଟିଏ ମାତ୍ର ଡିଗ୍ରୀ କଲେଜ l ଏହି ମହାବିଦ୍ୟାଳୟରେ 300 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ 5 ଗୋଟି ଶ୍ରେଣୀ କକ୍ଷ ରେ କରୁଥିଲାବେଳେ 5 ଜଣ ଅଧ୍ୟାପକ ଅଛନ୍ତି l ଡିସେମ୍ବର ରେ ପିଲାଙ୍କ ପରୀକ୍ଷା ଥିବା ବେଳେ ପୂର୍ବରୁ ପିଲାଙ୍କ କୌଣସି ବିକଳ୍ପ ଶ୍ରେଣୀ ଗୃହ ର ବ୍ୟବସ୍ଥା ନ କରାଯାଇ ପୁରୁଣା ଶ୍ରେଣୀଗୃହ କୁ ମରାମତି କରିବା ପାଇଁ ଭାଙ୍ଗି ଦିଆଯାଇଛି l କଲେଜ ଉନ୍ନୟନ ପାଇଁ 2023 - 24 ଆର୍ଥିକ ବର୍ଷ ରେ ମୁଖ୍ୟମନ୍ତ୍ର ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l କଥା ଦେଇଥିଲେ ଏକ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ନୂଆ ଶ୍ରେଣୀଗୃହ ହସ୍ତାନ୍ତର କରିବାକୁ l କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ହେଲା l
ସେପ୍ଟେମ୍ବରରୁ ମହା ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମସ୍ତ ଶ୍ରେଣୀଗୃହ ଭାଙ୍ଗିଦିଆ ଯାଇ ଆଜି ଯାଏ କୌଣସି ପ୍ରକାର ସୁବିଧା ନ କରାଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ୍ ଅସୁବିଧା ର୍ ସମୂଖୀନ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ l ଅଭିଭାବକ ମାନେ ଉନ୍ନୟନ କାମ କୁ ସ୍ଵାଗତ କରିଥିଲେ ମଧ୍ଛାୟ ଛେତ୍ଛାରତ୍ରୀଙ୍କ ପ୍ରତି ଏପରି ଅବହେଳା କୁ ନାପସନ୍ଦ କରିଛନ୍ତି l ଛାତ୍ର ଛାତ୍ରୀଙ୍କ ଉଜଳ୍ୱମୟ ଭବିଷ୍ୟତ ପାଇଁ ଶୈକ୍ଷିକ ବାତାବରଣ ର୍ ଉନ୍ନୟନ ନିହାତି ଆବଶ୍ୟକ l ଶିକ୍ଷାର ବ୍ୟବସ୍ତା ସଜାଡ଼ିବା ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି କୋଲେଜଟି ପ୍ରସାସନ ଆଡୁଆଳରେ ରହିଯାଇଛି।କେବେ ପଡିବ ସରକାରଙ୍କ ଦ୍ରୁଷ୍ଟି ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: