ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟା ଗାଁର କୁନାକା ଦାଶୁଙ୍କ ଏତଲା ଅନୁସାରେ ଝିଅ କୁନାକା ଗାୟତ୍ରୀଙ୍କୁ ଗତ ୮ ମାସ ପୂର୍ବେ କନ୍ଧଜୀମିଡି ଗାଁର ପପୁ ହୂଇକା ଜବରଦସ୍ତ ନେଇଯାଇଥିଲା। ସେତେବେଳେ ଚାନ୍ଦିଲୀ ଥାନାରେ ଏତଲା ଦେଇଥିଲେ।
ଆଜି ପିତା କୁନାକା ଦାଶୁ ଜାଣିବାକୁ ପାଇଲେ ତାଙ୍କ ଝିଅ ମରିଯାଇଛି। କିନ୍ତୁ ଝିଅକୁ ମାରି ମାରି ହତ୍ୟା କରି ଆତ୍ମହତ୍ୟା କରିଥିବା ରୁପ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାୟଗଡ଼ା ମେଡ଼ିକାଲ୍ ରେ ଶବ ବ୍ୟବଚ୍ଛଦ କରି ସେଶଖାଲ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।