ଅଧିକ ପଢନ୍ତୁ : ଦୁର୍ବୃତ୍ତର ଛୁରୀ ମାଡ଼ରେ ଜଣେ ମୃତ, ଦୁଇଜଣ ଗୁରୁତର
ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଅଛି । ତେବେ ଏହାକୁ ନେଇ ପାଟପୁର ପୋଲିସର ତଦନ୍ତ ଜାରି ରହିଛି । ଏଥିସହ ସନ୍ଧାନି କୁକୁର ଏବଂ ସାଇଣ୍ଟିଫକ ଟିମ ତଦନ୍ତ କରିବା ପାଇଁ ଆସୁଥିବା ସୂଚନା ମିଳିଛି.
ବ୍ରହ୍ମପୁର : ହାତ ଗୋଡ଼ ବନ୍ଧା ଅବସ୍ଥାରେ ଗାଁ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତ ବୃନ୍ଦାବନପୁର ଗାଁ ର ସନାତନ ନାଇକଙ୍କ 20ବର୍ଷୀୟ ପୁଅ ଅନୀଲ ନାଇକ କୁ ହତ୍ୟା ଅଭିଯୋଗ । କାଲି ଠାରୁ ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ ଅନୀଲ . ଆଜି ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ଦୁର୍ବୃତ୍ତର ଛୁରୀ ମାଡ଼ରେ ଜଣେ ମୃତ, ଦୁଇଜଣ ଗୁରୁତର
ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଅଛି । ତେବେ ଏହାକୁ ନେଇ ପାଟପୁର ପୋଲିସର ତଦନ୍ତ ଜାରି ରହିଛି । ଏଥିସହ ସନ୍ଧାନି କୁକୁର ଏବଂ ସାଇଣ୍ଟିଫକ ଟିମ ତଦନ୍ତ କରିବା ପାଇଁ ଆସୁଥିବା ସୂଚନା ମିଳିଛି.
ଭୁବନେଶ୍ୱର: ଗରିବ ଓଡ଼ିଆଙ୍କୁ ଲୁଟ୍ କରି ଛିଡ଼ା କରାଗଲା ଟଙ୍କା ପାହାଡ଼। 5 ଦିନ ପରେ ବି ସରୁନି ଗଣା। ମଦ ଟଙ୍କା 500 କୋଟି ପାର ହେବାର ଆକଳନ। କେବଳ ଟଙ୍କା ଆଦାୟ ପାଇଁ ମଦ ନୀତିରେ ଦେଶୀ ମଦକୁ ପ୍ରୋତ୍ସାହନ। ବିଜେପିର ଅଭିଯୋଗ, ବିଜେଡି ଫଣ୍ଡିଂରେ ମଦ ବ୍ୟବସାୟୀଙ୍କ ବଡ଼ ଭୂମିକା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ।
ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ଟଙ୍କାର ପାହାଡ଼କୁ ଗଣି ଗଣି ହାଲିଆ ହାଲିଆ ହେଲେଣି କର୍ମଚାରୀ। କିନ୍ତୁ ସରୁନି ହିସାବ। 30ଟି ମେସିନରେ ଟଙ୍କା ଗଣା ଚାଲିଛି। ବ୍ୟାକଅପ୍ ପାଇଁ ୧୦ ମେସିନ ସହ ରୋବୋଟିକ ମେସିନ ବି କାମରେ ଲାଗିଛି । ଗଣାସରିବା ୩ଟା ମେସିନରେ ବଣ୍ଡଲିଂ କରାଯାଉଛି। ବଲାଙ୍ଗିରରୁ ଜବତ ୧୭୬ ବସ୍ତା ମଧ୍ୟରୁ ୧୪୦ ବସ୍ତାର ଗଣତି ସରିଲାଣି । ଜବତ ଟଙ୍କାର ପରିମାଣ 500 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
ଗରିବ ଓଡ଼ିଶାବାସୀଙ୍କୁ ଲୁଟି ଛିଡ଼ା କରାଯାଇଛି ଏ ଟଙ୍କାର ପାହାଡ଼। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେତେ ପ୍ରଭାବଶାଳୀ ହେଲେ ବି କେଳେଙ୍କାରୀରେ ସମ୍ପୃକ୍ତ କାହାରିକୁ ଛାଡ଼ିବେନି ମୋଦି ସରକାର। ଅଭିଯୁକ୍ତ କଂଗ୍ରେସ ସାଂସଦଙ୍କ ପରିବାର ଲଗାତାର ଓଡ଼ିଶାରେ କରିଆସୁଥିଲା ବ୍ୟବସାୟ। ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ। ଏତେ ଟଙ୍କା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଭଳି ରାଜ୍ୟରେ ମଦରୁ ଏତେ ଟଙ୍କା ଆଦାୟ ହେବା ଆଶ୍ଚର୍ଯ୍ୟର କଥା। କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଟଙ୍କା ଆଦାୟ ହେଲା ନା ଆଦାୟ କରାଗଲା।
ସବୁଠାରୁ ବଡ଼ ଆଙ୍ଗୁଳି ଉଠୁଛି ଓଡ଼ିଶାର ଶାସନ କଳ ଓ ଶାସକ ଦଳ ଉପରେ। ଆଉ ପ୍ରଶ୍ନ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ମଦ ନୀତି। ଅଭିଯୋଗ ହେଉଛି ଉଦ୍ଦେଶ୍ୟ ମୂଳକ ଭାବେ ଦେଶୀମଦକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ମଦ ନୀତି । ମନଇଚ୍ଛା ଟଙ୍କା ଆଦାୟ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି। 25 ବର୍ଷ ହେଲା ରାଜ୍ୟରେ ହୋଇନାହିଁ ମଦ ଲାଇସେନ୍ସ ପାଇଁ ଚେଣ୍ଡର। ବାରମ୍ବାର ମୁଷ୍ଟିମେୟ ଲୋକଙ୍କର ମଦ ବ୍ୟବସାୟ ଲାଇସେନ୍ସ ରିନ୍ୟୁ କରାଯାଉଛି । ଆଉ ଏହି ବ୍ୟବସାୟୀ ମାନେ ହିଁ ଶାସକ ବିଜେଡିର ଦଳୀୟ ଫଣ୍ଡିଂର ଆଗରେ।
ମଦ ସାମ୍ରାଜ୍ୟର ଗୁମର ଖୋଲୁଛି ତା ସହ ସାମ୍ନାକୁ ଆସୁଛି ମଦ ବ୍ୟବସାୟୀଙ୍କ ସହ ବିଜେଡି ନେତା ଓ ମନ୍ତ୍ରୀଙ୍କ ଲିଙ୍କର ପ୍ରମାଣ। ରାଜ୍ୟ ପୋଲିସ, ଅବକାରୀ ବିଭାଗରୁ ନେଇ ଭିଜିଲାନ୍ସ ଏତେ ତଦନ୍ତକାରୀ ସଂସ୍ଥା କାହିଁକି ଚୁପ୍ ଥିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଯୋଗୁଁ ସମଗ୍ର ଭାରତବର୍ଷରେ ମହିଳା ନିର୍ଯ୍ୟାତନା ଓ ଅପରାଧିକ ମାମଲାରେ ଓଡ଼ିଶା ଆଜି ନିନ୍ଦିତ । ମହିଳା ମାନଙ୍କ ଉପରେ ଅତ୍ୟାଚାର ନେଇ ପ୍ରକାଶିତ ଏନସିଆରବି ରିପୋର୍ଟ ଓଡ଼ିଶାର ମୁଣ୍ଡକୁ ତଳକୁ କରିଦେଇଛି ବୋଲି ରବିବାର ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଚାଲିଛି । ଏ ସରକାରରେ ତାଙ୍କ ଦଳର ଅନେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଆସିଛି । ତାଙ୍କ ଦଳୀୟ ମହିଳାମାନେ ଦଳୀୟ ନେତୃତ୍ୱ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସଦ୍ୟତମ ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳା ଅପରାଧରେ ଓଡ଼ିଶା ଆଗରେ ରହିଛି । ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ହିଁ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିପାରିବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ନବଜାତ ଶିଶୁ ଓ ମହିଳାମାନେ ସବୁଠୁ ଖରାପ ସ୍ଥିତିରେ ଅଛନ୍ତି । ଏହା ବିରୋଧରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଂକଳ୍ପ କରିଛି ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ବିଗତ ସାଢେ ୯ ବର୍ଷ ଧରି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି । ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି ।
ଆଜି ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାଜ୍ୟରେ ୭୭ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ପିଏମ ଆବାସରେ ୩୨ ଲକ୍ଷ ଘର ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ୫୬ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି । ସେହିପରି ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୨୦୨୯ ପର୍ଯ୍ୟନ୍ତ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରତି ମାସକୁ ଚାଉଳ ଉପଲବ୍ଧ କରାଯାଉଛି । ବିଶ୍ୱକର୍ମା ଯୋଜନା ସହ ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନାଇବା ପାଇଁ ଯୋଜନା କରିଛନ୍ତି, ଯାହାର ଭାଗ ଓଡ଼ିଶା ପାଇବ ।
ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ମଜଭୂତ୍ କରିବାକୁ ହେଲେ ବୁଥ ସ୍ତରରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଘରେ ଘରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବାର ଗୁରୁ ଦାୟିତ୍ୱ ମହିଳା ମୋର୍ଚ୍ଚାକୁ ନେବା ପାଇଁ ହେବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ହେଲେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ପଡିବ । ମହିଳା ମାନଙ୍କ ନେତୃତ୍ୱ ହିଁ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ