ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଏଯାଏଁ ଜଣା ପଡିନି। ପୋଲିସ ତାଙ୍କ ସାଙ୍ଗମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପ୍ରେମିକା ଓଢ଼ଣୀରେ ହିଁ ସେ ଜୀବନ ହାରିଛନ୍ତି। ପ୍ରେମିକା ଜଣକ ବାଥରୁମ ଯାଇଥିବା ବେଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୋବାଇଲ ଜବତ କରି ଯାଞ୍ଚ କରୁଛି। ତେବେ ଅନ୍ୟପଟେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘର ଲୋକ କହିଛନ୍ତି ଯେ, ଆମ ପୁଅକୁ ବାର୍ଥ ଡେ ପାର୍ଟିକୁ ଡାକି ହତ୍ୟା କରିଛନ୍ତି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ