ଦୀର୍ଘ ୪ ଦିନ ହେବ ଚିଣ୍ଟୁଙ୍କର କୈାଣସି ପତ୍ତା ମିଳି ନଥିବା ବେଳେ ଆଜି ଗ୍ରାମ ନିକଟସ୍ଥ ଯାଉଁଳି ନାଳ ପୋଖରୀ ତାଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଘଟଣାସ୍ଥଳରେ ଚିଣ୍ଟୁର ମୃତ ଦେହକୁ ଚିହ୍ନଟ କରିଥିଲେ। ଚିଣ୍ଟୁ ୪ ଦିନ ହେବ ନିଖୋଜ ଥିବା ବେଳେ ୨ ଦିନ ହେବ ତାର ମୋବାଇଲ ରିଙ୍ଗ ହେଉଥିଲା। ଏ ନେଇ ପୋଖରୀରେ ବୁଡି ମରିବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କେହି ହତ୍ୟାକରି ପକାଇଦେଇଥିବା ଗ୍ରାମବାସୀ ଓ ପରିବାର ଲୋକ ସନ୍ଦେହ କରିଛନ୍ତି । ଜରପଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଜରପଡା ଥାନା ପୋଲିସ ପ୍ରକାଶ କରିଛି।
ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ମୃତକ ଜଣକ ହେଲେ ଶ୍ରୀକର ବାଘଙ୍କ ପୁଅ ଚିଣ୍ଟୁ ବାଘ (୧୯)। ଘଟଣାରୁ ପ୍ରକାଶ,କତଡା ଗ୍ରାମର ଚିଣ୍ଟୁ ବାଘ ୪ ଦିନ ତଳେ ସେହି ଗ୍ରାମର ଧଉରାବେଣୀ କୋଡାସାହିକୁ ଘରେ କହି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ପୁଅ ଘରକୁ ନଫେରିବାରୁ ପରିବାର ଲୋକମାନେ ବନ୍ଧୁବାନ୍ଧବ ତଥା ସମ୍ପର୍କିୟ ଘରକୁ ଯାଇଥିବା ନେଇ ଖୋଜାଖୋଜି କରିଥିଲେ।
Download Argus News App
