ଅଫିସ ଚାମ୍ବରରେ ନିଜ ଆସନରେ ବସି ସିଧାସଳଖ ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ କେସିଅର । ଆଉ ଏହାର ଭିଡିଓ ଏବେ ଆପଣଙ୍କ ସାମ୍ନାରେ । ଯାହାକି ରାଜ୍ୟ ସରକାରଙ୍କ ୫ଞ ଓ ମୋ ସରକାର ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଥରେ କିମ୍ବା ଅଧେ ନୁହେଁ ବାରମ୍ବାର କେସିଅର ରମାକାନ୍ତ ମହାନ୍ତି ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।
କେତେ ବେଳେ ଏଷ୍ଟିମେଣ୍ଟ କରିବା ତ କେତେବେଳେ ଏଲଟମେଣ୍ଟ ପାସ କରିବା ଓ ବିଲ୍ ପାସ୍ ପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି କେସିୟର । ତେବେ ଟଙ୍କା ନେଉଥିବା ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।