ଏହି ବରିଷ୍ଠ ନାଗରିକ ମାନେ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରୁଛନ୍ତି। ଆସନ୍ତା ୯ ତାରିଖରେ ସେମାନେ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ସହାୟତା ପାଇଁ ୫ ଜଣ ସହାୟକ ମଧ୍ୟ ଯାଇଥିଲେ।ତେବେ ଅସୁସ୍ଥତା ଓ ବୟସାଧିକ କାରଣରୁ କୁନିମଣିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅର୍ଗସ ବ୍ୟୁରୋ: ତୀର୍ଥଯାତ୍ରା ହେଲା ଶେଷଯାତ୍ରା। ରାଜସ୍ଥାନ ତୀର୍ଥଯାତ୍ରାରେ ଯାଇଥିବା ବୃଦ୍ଧାଙ୍କ ମୃତ୍ୟୁ। ମୃତ ବୃଦ୍ଧା ହେଉଛନ୍ତି ପୁରୀର କୁନିମଣି ଦାଶ। ଗତ ଶୁକ୍ରବାର ଦିନ ପୁରୀର ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଗତ ଶୁକ୍ରବାର ଦିନ ୧୫୯ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ଯାଇଥିଲେ।

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
