ସୂଚନାମୁତାବକ, ସୁଆର ନିକଟ ମଙ୍ଗଳା ଘାଟରେ ଶୁକ୍ରବାର ଦିନ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ ୭ ଜଣ ଯୁବକ । ଏମାନଙ୍କ ମଧ୍ୟରୁ ଗତକାଲି ୨ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ଅନ୍ୟ ଜଣେ ଉଦ୍ଧାର ଯୁବକ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଆଜି ଉଦ୍ଧାର ହୋଇଥିବା ମୃତକଙ୍କ ନାମ ସେ ହେଉଛି କ୍ରିଷ୍ଣା ଜେନା।
ଏବେ ବି ରଶ୍ମିରଂଜନ ଜେନା, କରଣ ଜେନା ଓ ବିଶ୍ୱଜିତ ଜେନା ନିଖୋଜ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ପୂର୍ବରୁ ସମ୍ବିତ ଜେନା ଓ ବବୁଲ ଜେନାଙ୍କ ମୃତଦେହ ମିଳିଥିଲା ।