ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ନେଇ ସମ୍ବଲପୁରରେ ବିରୋଧ
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ 2 ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା ଭୂତାଣୁ। ମୃତକ 2 ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ଜଣାପଡ଼ିଛି। ତେବେ ଏହି କ୍ରମରେ ରାଜ୍ୟରେ କରୋନାରେ ମୋଟ 23 ଜଣଙ୍କ ମୃତ୍ୟୁ ହେଲାଣି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ଆଜି ସକାଳେ ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 214 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମଣ। ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6859 ଥିବା ବେଳେ 4743 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Download Argus News App
