କୋରୋନା ଦ୍ୱିତୀୟ ଲହର ଯୋଗୁଁ ଗତ ଏପ୍ରିଲ ୨୪ ତାରିଖରୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ତେବେ ଅଗଷ୍ଟ ଗାଇଡଲାଇନରେ ଧର୍ମାନୁଷ୍ଠାନ ଖୋଲିବା ପନେଇ ସରକାର ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଛାଡିଛନ୍ତି । ଯାହାକୁ ନେଇ ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୁରୁତ୍ବ ବହନ କରୁଛି । ପୁରୀରେ କୋରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ ଯଦି ଶ୍ରୀମନ୍ଦିର ଖୋଲେ।
ତେବେ କଣ ସବୁ କଟକଣା ରହି, ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ କଣ ଗାଇଡଲାଇନ ଜାରି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ମନ୍ଦିର ଖୋଲିଲେ ସେବାୟତ ମାନଙ୍କ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀ ଏବଂ ହୋଟେଲ ଶିଳ୍ପ ପୁଣିଥରେ ଚଳଚଞ୍ଚଳ ହେବ ବୋଲି ସମସ୍ତଙ୍କର ଆଶା ରହିଛି।