ଅର୍ଗସ ବ୍ୟୁରୋ:ନେତୃତ୍ବର ପରିଭାଷା ବଦଳୁଛି। ନେତୃତ୍ବର ଅର୍ଥ ଜନପ୍ରତିନିଧି ନୁହଁ, ସମାଜକୁ ସକାରାତ୍ମକ ପ୍ରଭାବିତ କରୁଥିବା ବ୍ୟକ୍ତିତ୍ବର ନାଁ ହେଲା ନେତୃତ୍ବ। ସୋଆରେ ଆମେ ଓଡ଼ିଆ ସଂଗଠନ ପକ୍ଷରୁ ଆୟଜିତ କାର୍ଯ୍ୟକ୍ରମ ଓଡ଼ିଶା @100 ବଡ ଭାବିବା, ବଡ଼ ସ୍ବପ୍ନ ଦେଖିବା' କାର୍ଯ୍ୟକ୍ରମରେ ଯୁବପିଢିହ୍କୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବଡ଼ ସ୍ବପ୍ନ ଦେଖିବା, ବଡ଼ ସ୍ବପ୍ନ ପୂରଣ ପାଇଁ ନେତୃତ୍ବ ଆବଶ୍ୟକ। ଏବେ ନେତୃତ୍ବର ପରିଭାଷା ବଦଳିବାର ସମୟ ଆସିଛି। ତେଣୁ ଆଜି ନେତୃତ୍ବମାନେ ମିଳିମିଶି ବଡ଼ ସ୍ବପ୍ନ ପୂରଣ କରିବାର ସଂକଳ୍ପ ନିଅନ୍ତୁ।
ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ କହିଥିଲେ, ସ୍ବପ୍ନ ତାକୁ କୁହାଯାଏ। ଯାହା ମଣିଷର ନିଦ ହଜେଇ ଦେବ, ନିଦ ହଜିବାର ବେଳ ଆସିଛି। ଆଜି ଏଇଠି ବଡ଼ ଭାବିବାର, ବଡ଼ ସ୍ବପ୍ନ ଦେଖିବାର ବୀଜ ବପନର ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। କହି ହେବନି ଆଜିର ପ୍ରତିଭା କାଲି ଓସ୍କାର ଆଓ୍ବାର୍ଡ ଆଣିବେନି ବୋଲି। ବିକଶିତ ଭାରତର ସ୍ବପ୍ନ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବଡ଼ ସ୍ବପ୍ନ ଦେଖିବା, ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବା ଲାଗି ଆଜି ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ ଯୁବ ପ୍ରତିଭାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ।
ଅଧିକ ଓଡିଶା ଖବର ପଢନ୍ତୁ