ହେଲେ ପୁରୀରେ ଏହି ଆଇନକୁ ପାଳନ କରୁନି ଜିଲ୍ଲା ପ୍ରଶାସନ । 5 ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ଆଇନ ରହିଛି । ଉଛେଦର 30 ଦିନ ପୂର୍ବରୁ ନୋଟିସ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ କୌଣସି ପର୍ବପର୍ବାଣି କିମ୍ବା ଗହଳି ହେଲେ ଏହି ଉଠା ଦୋକାନିଙ୍କୁ ବିନା ନୋଟିସରେ ଉଠାଇ ଦିଆଯାଉଛି ।କିଛି ମାସ ପୂର୍ବେ ଜେସିବି ଲଗାଇ ଉଠା ଦୋକାନିଙ୍କୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ବେଳେ ଦିବ୍ୟାଙ୍ଗ ବୁଢ଼ୀ ମାଉସୀର ବୁକୁଫଟା ଚିତ୍କାର ଏବେ ବି ମନରୁ ଲିଭିନି ।
ତେବେ ଆଜି ଯାଏ ଏମାନଙ୍କ ପରିସ୍ଥିତି ସୁଧୁରି ପାରିନି । କରୋନା ମହମାରୀ ପରେ ଅଣ୍ଟା ସଳଖୀ ନଥିବା ଏହି ଉଠା ଦୋକାନୀଙ୍କ ପାଇଁ ପୁରୀ ପୌରପାଳିକାର ଉଛେଦ ପ୍ରକ୍ରିୟା ବୋଝ ଉପରେ ନଳିତା ବିଡା ସଦୃଶ । ସେପଟେ ଖୁବଶୀଘ୍ର ପଞ୍ଜିକୃତ ଭେଣ୍ଡରଙ୍କୁ ଭେଣ୍ଡିଂ ଜୋନ ଯୋଗାଇ ଦିଆଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ।ଗୋଟିଏ ପଟରେ ପର୍ଯ୍ୟଟନର ବିକାଶ ହେଉଥିବା ବେଳେ ଅନ୍ୟପଟରେ ପର୍ଯ୍ୟଟନକୁ ନେଇ ପେଟ ପୋଷୁଥିବା ଏହି ଗରିବଙ୍କ ପେଟରେ ଲାତ ମରାଯାଉଛି । ତେବେ ଏମାନଙ୍କ ସମସ୍ୟା ଦୂର ହେଉଛି ଦେଖାବାକୁ ଅପେକ୍ଷା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।