କିନ୍ତୁ ଅପରପକ୍ଷେ, କୋଟପାଡ଼ ଠାରେ ଉରୁଷ ପର୍ବ ପାଇଁ ପ୍ରଶାସନ କିପରି ଅନୁମତି ଦେଇଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏ ନେଇ କୋଟପାଡ଼ ଜନ ସାଧାରଣ ଗତକାଲି କୋଟପାଡ଼ ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । କୋରାପୁଟ ADM ପାଞ୍ଚ ଶହ ଲୋକଙ୍କ ଜନ ସମାଗମ ଭିତରେ ଉରୁଷ ପାଳିବା ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି । କିନ୍ତୁ ଉରୁଷ ପର୍ବରେ ୧୦ ହଜାରରୁ ଅଧିକ ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଉରୁଷ ପର୍ବକୁ ଜିଲ୍ଲା ପ୍ରଶାସନର ଅନୁମତି, ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ

କୋରାପୁଟ: ଜାଗରରେ ପ୍ରସିଦ୍ଧ ଶୈବ ପୀଠ ଗୁପ୍ତଶ୍ୱର ସିଲ । କିନ୍ତୁ ଉରୁଷ ପର୍ବକୁ ଜିଲ୍ଲା ପ୍ରଶାସନର ଅନୁମତି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । କୋଭିଡ ସଂକ୍ରମଣକୁ ଧ୍ୟାନରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଜାଗରରେ ସମସ୍ତ ଶୈବପୀଠ ବନ୍ଦ ରହିଥିଲା ।
Download Argus News App
