ଅର୍ଗସ ବ୍ୟୁରୋ: ଓଡିଶା ସରକାର ଅଣ୍ଟା ଭିଡ଼ିଲା। କୋଟିୟା ପୁଞରେ ଲାଗିବ ବିଦ୍ୟୁତ୍ ଖୁଣ୍ଟ। କୋରାପୁଟ ଜିଲ୍ଲାର ପୋଟାଙ୍ଗି ବ୍ଲକର ସୀମାନ୍ତ କୋଟିୟା ପୁଞ୍ଜ ରେ ଆନ୍ଧ୍ର ଓଡ଼ିଶା ବିବାଦୀୟ ଦୀର୍ଘ ବର୍ଷ ଧରି ଜୋର୍ ଧରିଛି। କେତେବେଳେ ଆନ୍ଧ୍ର ପକ୍ଷରୁ ଧସେଇ ପଶି ଆସି ଓଡ଼ିଶା ସରକାରଙ୍କୁ ଚେଳେଞ୍ଜ କରି ବିଭିନ୍ନ ପ୍ରକାରର ଜଜନା ଜଗାଇଥିବା ମଧ୍ୟରେ କିଛି ଗ୍ରାମ କୁ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ଜୋଗାଇଥିବା ବେଳେ... ଓଡ଼ିଶା ସରକାରଙ୍କୁ ଏବେ କୋଟିୟା ବାସୀଙ୍କ ଦୁଃଖ କୁ ଶୁଣିଲା ଭଳି ଦେଖାଯାଉଛି। ଜିଲ୍ଲାପାଳଙ୍କ ପ୍ରତିକ୍ରିୟାରୁ 3 ମାସ ସୁଦ୍ଧା କୋଟିୟା ପଞ୍ଚାୟତ ରେ ଥିବା କିଛି ଗ୍ରାମବସୀ ବିଦ୍ୟୁତ୍ ଆଲୋକିକରଣ ସଂଯୋଗରୁ ବଞ୍ଚିତ ଥିବା ଗାଁକୁ ବିଦ୍ୟୁତ୍ ଖୁଣ୍ଟ ରୁ ପରିବାର ଲୋକଙ୍କୁ ଦିଆଯିବ ଆଲୋକିକରଣ।
ଏଥି ନିମନ୍ତେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ କରାଯାଇଥିଲା ବୈଠକ। ବୈଠକରେ କୋରାପୁଟ ଜିଲ୍ଲାପାଳ ଉପସ୍ଥିତରେ ମୁଖ୍ୟ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୂଜାନି, ଜିଲ୍ଲାପରିଷଦ ଅଧ୍ୟକ୍ଷ ସସ୍ମିତା ମେଲେକା , ଟାଟା କମ୍ପାନୀ ପକ୍ଷରୁ ଅଧିକାରୀ ମାନେ ଥିଲେ।କୋଟିୟା ପାଇଁ ବ୍ଲିଉ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। କୋଟିୟା ପୁଞ୍ଜରେ ସମସ୍ତ ଗ୍ରାମରେ ବିଦ୍ୟୁତ୍ ଆଲୋକିକରଣ ସଞ୍ଜଗ କରିବା ପାଇଁ ଚାଲିଛି ପ୍ରସ୍ତୁତି। ଯଦି ସଫଳ ହୁଏ.. ତାହା ହେଲେ ଆନ୍ଧ୍ର ପ୍ରଦେଶର ସରକାର ଙ୍କୁ କଡ଼ା ଜବାବ ଦେବାରେ ସଫଳ ହେବ କୋରାପୁଟ ଜିଲ୍ଲା ପ୍ରଶାସନ।
ଓଡିଶା ଖବର ଆହୁରି ପଢନ୍ତୁ