ହେଲେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଏହି ସାମ୍ବାଦିକଙ୍କୁ ଅଟକାଇଲେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀ । ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ନ ଥିବା କହି କରିଥିଲେ ଠେଲା ପେଲା । ସାମ୍ବାଦିକଙ୍କ ଅଭିଯୋଗ, କ୍ରମାନ୍ଵରେ ମୁଖ୍ୟ ଚିକିତ୍ସାଳୟର ଦୁର୍ନୀତିର ଗୁମର କଥା ଲୋକ ଲୋଚନକୁ ଆଣିବା ପରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା ।
ଇଏ ଗୋଟିଏ ଘଟଣା ନୁହେଁ , ଏମିତି ଅନେକ ଘଟଣାରେ ସାମ୍ବାଦିକ ମାନଙ୍କୁ ଟାର୍ଗେଟ୍ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ତେଣୁ ସାମ୍ବାଦିକଙ୍କି ସୁରକ୍ଷା ଦେବାକୁ ଦାବି ହୋଇଛି ।