ଦାଦନ ଓ ମରୁଡି ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା, ସିଥିଳତା ଓ ନିଷ୍କ୍ରିୟତା ଶ୍ରମିକମାନଙ୍କ ଦୁର୍ଦଶାର କାରଣ ସାଜିଛି। ଦାଦନମୁକ୍ତ ନୂଆପଡା ଜିଲ୍ଲା ସହିତ ସ୍ଵତନ୍ତ୍ର ପ୍ୟାକେଜ ଓ ସାମାଜିକ କଲ୍ୟାଣ ଯୋଜନା ଘୋଷଣା,ତୁରନ୍ତ ସର୍ଵ ନିମ୍ନ ମଜୁରୀ ଘୋଷଣା, ପ୍ରତ୍ୟେକ ବ୍ଲକରେ ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ନିର୍ମାଣ ଶ୍ରମିକଙ୍କ ପଡିରହିଥିବା ବିବାହ,ଚିକିତ୍ସା, ଶିକ୍ଷା ସହାୟତା,ମୃତ୍ୟୁ,ପ୍ରସବ କାଳୀନ ସହାୟତା ଇତ୍ୟାଦି।ଜିଲ୍ଲାରେ ଦାଦନ ଟାସ୍କଫୋର୍ସ ଗଠନ କରି କାର୍ଯ୍ୟକାରୀ କରିବା,ଠିକା ଓ ଆଉଟ ସୋରସିଂ ଶ୍ରମିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା,ତୃତୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ ପରିବର୍ତ୍ତେ ଜିଲ୍ଲା ସ୍ତରରେ ନିଯୁକ୍ତି,ଭଳି ଦାବୀ ପତ୍ର ଦିଆଯାଇଛି। ତେବେ ସେମାନଙ୍କ ଦାବୀ ଯେପର୍ଯ୍ୟନ୍ତ ସରକାର ଶୁଣିନାହାନ୍ତି, ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଅଡି ବସିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: