ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କ ଗୃହ ନିର୍ମାଣ ପାଇଁ ବାଲି ନେଉଥିବା ବେଳେ ଅତିରିକ୍ତ ତହସିଲଦାର ଫାଇନ ପକାଇଥିବା ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ଟ୍ରାକ୍ଟର ମାଲିକ ସଂଘ ତରଫରୁ ସମସ୍ତ ଟ୍ରାକ୍ଟର କୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରାଯିବା ସହିତ ମାଲିକ ସଂଘ ତରଫରୁ ଧାରଣା ଦେଇଛନ୍ତି । ଏବଂ ଜିଲ୍ଲାରେ କୌଣସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ରେ ଟ୍ରାକ୍ଟର ନିୟୋଜିତ କରାଯିବ ନାହିଁ ବୋଲି ଧମକ ଦେଇଛି ସଙ୍ଘ ।
ଗୋଟିଏ ପଟେ ଟ୍ରାକ୍ଟର ମାଲିକ ସଂଘ ତରଫରୁ ଫାଇନ କୁ ବିରୋଧ କରାଯାଇଥିବା ବେଳେ ଅନ୍ୟପକ୍ଷରେ ତହସିଲ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯିବା ଓ ଫାଇନ ପ୍ରତ୍ୟାହାର ନ କରିବା ଜିଦରେ ଅଟଳ ରହିଛନ୍ତି । ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି ।