ଏହି କାର୍ଯକ୍ରମରେ ଅରିକମା ଗ୍ରାମର ସମାଜସେବୀ ପ୍ରଭାତ କୁମାର ବାରିକ ଓ ପୂର୍ଣ୍ଣ ହୋତା ସହଯୋଗ କରିଥିଲେ। ଏପରି ପ୍ରୟାସକୁ ଗ୍ରାମବାସୀ ମାନେ ସେଠାରେ ଖୁସି ପ୍ରକଟ କରୁଥିବା ଦେଖାଯାଇଥିଲା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପିତାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଲେ ଡାକ୍ତର ପୁଅ

ଅର୍ଗସ ବ୍ୟୁରୋ :ବୋଲଗଡ଼ ବ୍ଲକ ଆରିକମା ଗ୍ରାମ ଜଣେ ଡାକ୍ତର ପୁଅ ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଛନ୍ତି । ଘରେ ପିଣ୍ଡଦାନ କରି ଗ୍ରାମର ୧୦୦ଜଣ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣାରେ ଔଷଧ ଯୋଗାଇ ଦେଇଛନ୍ତି। କଟକ ଏସସିବିର କର୍ଣ୍ଣ,ନାଶାଓ ଗଳା ବିଭାଗରେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ହୋତା ବାପା ସ୍ବର୍ଗତ ପ୍ରଫେସର ଜଗନ୍ନାଥ ହୋତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଓ ଭେଷଜ ବିଭାଗର ବିଶେଷଜ୍ଞଙ୍କ ଦ୍ଵାରା ରୋଗୀ ମାନଙ୍କୁ ଚିକିତ୍ସା କରାଇଥିଲା।
Download Argus News App
