କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ଗଞ୍ଜାମ : ଗଞ୍ଜାମ ସୋରଡା ଥାନା ବରାଡି ଗ୍ରାମର ଏକ ବନ୍ଦ ଘରୁ 20 ଭରି ସୁନା ଗହଣା ସହିତ ନଗଦ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଦିଲୀପ କୁମାର ଦାସଙ୍କ ଘରୁ ଚୋରି ହୋଇଛି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଗତ କିଛିଦିନ ହେଲା ବ୍ରହ୍ମପୁର ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ।
ସୁସ୍ଥ ହୋଇ ଆଜି ଘରକୁ ଫେରି ଦେଖିଲା ବେଳକୁ ବାରିପଟ କବାଟ ଭାଙ୍ଗି ସୁନା ଗହଣା, ନଗଦ ଟଙ୍କା, ଆସବାବପତ୍ର ଚୋରି ହୋଇଯାଇଛି । ଏନେଇ ସୋରଡା ଥାନାରେ ଏତଲା ହେବାପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି।