ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଳି ତେଲ ନଦୀ ନିକଟରୁ ବେଆଇନ ଟ୍ରାକ୍ଟର ଜବତ । ସଇଁନ୍ତଲା ଅଂଚଳର ମୋତିଲାଲ ସାହୁଙ୍କ ଟ୍ରାକ୍ଟରରେ ବେଆଇନ ଭାବେ ମେଟାଲ ଚୋରା ଚାଲାଣ କରୁଥିବା ନେଇ ସଇଁନ୍ତଲା ତହସିଲଦାର ଖବର ପାଇଥିଲେ । ପରେ ତହସିଲଦାର ଚଢ଼ାଉ କରି ଟ୍ରାକ୍ଟରକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି l

କଟକ: ପାରିବାରିକ ହିଂସାରୁ ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ । ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାସରସିକପୁର ଅଞ୍ଚଳରେ । ମୃତକ ଜଣକ ହେଲେ ୫୦ ବର୍ଷୀୟ ଜଗନ୍ନାଥ ପ୍ରଧାନ । ଆଜି ଅପରାହ୍ନ 4ଟା ସମୟରେ ଜଗନ୍ନାଥ ପ୍ରଧାନ ରାସରସିକପୁର ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଏକ ଗଛ ମୂଳେ ଶୋଇଥିବା ସମୟରେ ସାନ ଭାଇ ଟୁକୁନା ପ୍ରଧାନ ଏକ ପଥରରେ ଛେଚି ହତ୍ୟା କରିଥିବା ଆଠଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ପରିବାର ଲୋକଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଆଠଗଡ ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ହତ୍ୟା ବେଳର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି ।
ଆହୁରି ପଢନ୍ତୁ ଅପରାଧ ଖବର...

ବାଲେଶ୍ୱର: ଭୟାନକ ଦୁର୍ଘଟଣା, ବିପଦପୂର୍ଣ୍ଣ ସ୍ଥିତି । ବାହାନଗା ଟ୍ରେନ୍ ଟ୍ରାଜେଡିରେ ଅନେକ ଜୀବନ ଯାଇଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରି ପରିସ୍ଥିତିରେ ଦେବଦୂତ ସାଜିଛନ୍ତି କିଛି ବ୍ୟକ୍ତି ଓ ଅନୁଷ୍ଠାନ । କେଉଁଠି ଆହତଙ୍କ ପାଇଁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି, ତ ଆଉ କେଉଁଠି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏମାନେ ପ୍ରମାଣିତ କରିଛନ୍ତି, ଆଜି ବି ବଞ୍ଚିଛି ମାନବିକତା ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଭୁଇଁପୁର ପଞ୍ଚାୟତରେ ସରପଞ୍ଚ ରେଶ୍ମାରାଣୀ ମଲ୍ଲିକଙ୍କ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ଯୁବକ, ଯୁବତୀ ଆସି ରକ୍ତଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଭବନରେ ବି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଵେଚ୍ଛାକୃତ ଭାବେ ରାଜଧାନୀ ବାସିନ୍ଦା ଏବଂ ବିଭିନ୍ନ ସଂଗଠନର ସଦସ୍ୟ ଆସି ରକ୍ତଦାନ କରିଛନ୍ତି । ଏହି ଶିବିରରେ 100 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି ।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କର ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସୋର ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିନା କୌଣସି ପ୍ରଚାର ପ୍ରସାରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ଯୁବତୀମାନେ ଆସି ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ରକ୍ତଦାନ କରିଥିଲେ। ଦୁର୍ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା । ରାତି ତମାମ ଉଦ୍ଧାରକାରୀ ଟିମ୍ ସହ RSS କର୍ମୀ ରେସକ୍ୟୁ ଅପରେସନ ତ୍ବରାନ୍ବିତ କରିବାରେ ସହାୟକ ହୋଇଥିଲେ ।
ସେହିପରି କଟକ ଏସ୍ସିବି ମେଡିକାଲରେ ଆହତଙ୍କ ଚିକିତ୍ସା ସହ ଚାଲିଛି ଲୋକଙ୍କ ସେବା । ଦଳମତ ନିର୍ବିଶେଷରେ ଉର୍ଦ୍ଧ୍ବରେ ରହି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ଲୋକଙ୍କ ସେବା କରୁଛନ୍ତି । ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଉଥିବା ବେଳେ, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଲୋକଙ୍କୁ ଥଣ୍ଡା ପାଣି, ଗ୍ଲୁକୋଜ, ବିସ୍କୁଟ, ବିରିୟାନୀ, ଜୁସ୍ ଆଦି ବାଣ୍ଟିଛନ୍ତି । ଏହାସହ ସହାୟତା କେନ୍ଦ୍ର ଖୋଲି ଆହତଙ୍କ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ସେବା କରାଯାଉଛି ।
ସେପଟେ ଗୁରୁତରଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ ଏକାଠି ହେଲେ କଳାକାରମାନେ । ରେଡ୍ କ୍ରସ ଭବନରେ ଆୟୋଜିତ ଶିବିରରେ ସାଧାରଣ ଲୋକଙ୍କ ସହ ଅନେକ କଳାକାର ଯାଇ ରକ୍ତଦାନ କରିଛନ୍ତି । ଏହି ଶିବିରରେ ୨୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
