ଅର୍ଗସ ବ୍ୟୁରୋ: ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ୨୮ କିଲୋମିଟର ଚାଲିଚାଲି ଫେରିଲେ ବରଯାତ୍ରୀ। ସୁନାଖଣ୍ଡି ପଞ୍ଚାୟତ ପର୍ଥିଗୁଡ଼ା ଗାଁରୁ ବରଯାତ୍ରୀ ସହ ଚାଲିଚାଲି ବରଯାତ୍ରୀ ପାର୍ଟି ଯିବା ସାମ୍ନାକୁ ଆସିଛି। ଯାହା କି ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି। ଡ୍ରାଇଭର ମାନଙ୍କ ବନ୍ଦର ପ୍ରଭାବ ପଡିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ, ସୁନାଖାଣ୍ଡି ପଂଚାୟତ ପାର୍ତିଗୁଦାରୁ କନ୍ୟା ଘର ଡିବାଲୁପାଡୁ ଗାଁରେ।
ଅଧିକ ପଢ଼ନ୍ତୁ: ଡ୍ରାଇଭର ଭାଇ ମାନଙ୍କ ସମସ୍ୟାକୁ ସମାଧାନ କରନ୍ତୁ ରାଜ୍ୟ ସରକାର
ରାତିରେ ବରଯାତ୍ରୀ ପହଞ୍ଚିବା ପରେ ବାହାଘର ହୋଇଛି। ବର୍ତ୍ତମାନ ଗ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିଲେ କୌଣସି ଗାଡ଼ିରେ ବରଯାତ୍ରୀ ଫେରିବା ନେଇ ଅପେକ୍ଷା କରିଛନ୍ତି ।
ଅନ୍ୟପଟେ ଡ୍ରାଇଭର ଆନ୍ଦୋଳନକୁ ଆଜକୁ ତିନି ଦିନ ହୋଇଗଲାଣି। ସେମାନଙ୍କର ଦାବି ପୂରଣ ନହେଲେ ସେମାନେ ହଟିବେ ନାହିଁ ବୋଲି ଅଡି ବସିଛନ୍ତି। ସେପଟେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।