ହେଲେ ଛାତ୍ରାବାସ ଅସୁବିଧା ଯୋଗୁଁ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳର ବିଭିନ୍ନ ଆବାସିକ।ବିଦ୍ୟାଳୟ ଉପରେ ପାଠ ପଢ଼ିବା ପାଇଁ ନିର୍ଭର କରୁଛନ୍ତି। ଫଳରେ ଗଙ୍ଗାବାଡ଼ ପଞ୍ଚାୟତକୁ ଲାଗିରହିଥିବା ଆନ୍ଧ୍ରର ସାବା ପଞ୍ଚାୟତ ଅଧୀନରେ ଥିବା ବୁଢ଼ା ଆମ୍ବ ଛାତ୍ରୀନିବାସ, ଚିପିର ଛାତ୍ରଛାତ୍ରୀ ହଳ, ବୁଢ଼ାରସିଂ ଗ୍ରାମର ସାନକୋଷ୍ଠା ହେଲ, ମଞ୍ଜୁଷା ବିଦ୍ୟାଳୟ ଛାତ୍ରାବାସ ଓ ପଲାସା ସହରର ହଲ୍ରେ ରଖି ପାଠ ପଢ଼ାଇବା ପାଇଁ ବାଧ୍ୟ ହେଉଛନ୍ତି | ହେଲେ ଏଠାରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ହେଲେ ଆନ୍ଧ୍ରପ୍ରଦେଶର ବାସିନ୍ଦା ପ୍ରମାଣପତ୍ର ଆବଶ୍ୟକ ପଡୁଛି, ଏଥିପାଇଁ ମଧ୍ୟ ଲୋକଙ୍କୁ ଆନ୍ଧ୍ରପ୍ରଦେଶ ମୁହାଁ ହେବାକୁ ପଡ଼ୁଛି କହି ସ୍ଥାନୀୟ ଲୋକେ କହିଛନ୍ତି।
ଗତ କିଛିଦିନ ହେଲା ଗଜପତି ଜିଲ୍ଲାରବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଥିବା ବେଳେ ଉକ୍ତ ଗ୍ରାମର ବିଦ୍ୟାଳୟ ହଷ୍ଟେଲ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଏଠାରେ ଥିବା ପିଲାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଏବେ ଟିକିଏ ନଜର ପକାନ୍ତୁ ଏହି କୋଠା ଉପରେ ଏହି କୋଠା କୁ ୨୦୧୯ ମସିହା ଫେବୃଆରୀ ମାସ ୭ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ଯାହାର ଅଟକଳ ମୂଲ୍ୟ ୫୦ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ରେ ନିର୍ମାଣ ହୋଇଛି କିନ୍ତୁ ଏବେ ଏହା ଭୂତ କୋଠରୀ ପାଲଟି ଯାଇଛି। ଗତ କିଛି ଦିନ ତଳେ ୫ଟି ସଚିବ ଭିଡିଓ କନଫରେନ୍ସ ମାଧ୍ୟମରେ ଗଙ୍ଗାବାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ କରିବା ପ୍ରତିଶୃତି ଦେଇଥିଲେ ତା ପରେ ପୁଣି କାମ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଗଜପତି ଜିଲ୍ଲାପାଳ ଏହି ସ୍କୁଲ କାମକୁ ବନ୍ଦ କରିବା ପାଇଁ କହିଛନ୍ତି।ଆମ ବିଦ୍ୟାଳୟକୁ ଆସନ୍ତୁ, ଆମ ସରକାର ମାଗଣା ବହି, ନୂଆ ପୋଷାକ ଓ ହଷ୍ଟେଲ୍ ସୁବିଧା, ଯୋଗାଇ ଦେଉଛନ୍ତି ।
ଗ୍ରୀଷ୍ମ ଛୁଟିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀ ବାରମ୍ବାର ଓଡ଼ିଶା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତକୁ ଆସି ବହୁ ପରିବାରର ପିଲାଙ୍କୁ ଆନ୍ଧ୍ରର ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଆକୃଷ୍ଟ କରି ସଫଳ ହୋଇଛନ୍ତି। ଏପରିକିପରିବାରକୁ ଅଗ୍ରିମ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରୁଛନ୍ତି। ଏଥିରେ ପ୍ରଭାବିତ ହୋଇ ପୂର୍ବରୁ ୯୪ ଜଣ ପିଲା ଆନ୍ଧ୍ରପ୍ରଦେଶରେ ଅଧ୍ୟୟନ କରୁଥିବା ବେଳେ ଚଳିତ ଶିକ୍ଷାବର୍ଷରେ ୨୪ ଜଣ ପିଲା ଆନ୍ଧ୍ରପ୍ରଦେଶକୁ ପାଠ ପଢ଼ିବା ପାଇଁ ଯାଇଛନ୍ତି ବୋଲି ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଜୀ ଏବେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: