ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ଘୁମୁସର ବନଖଣ୍ଡ,ଗାଲେରି ବନାଞ୍ଚଳର ତିଲିସିଙ୍ଗ ଚଢ଼େୟା ପଲି ଗ୍ରାମରେ। ବନ ବିଭାଗକୁ ହାତୀ ଆସିବାର ସୂଚନା ଦେଲେ ମଧ୍ୟ ବିଭାଗ ପହଞ୍ଚିପାରୁନି। ଚାଷୀ ବିଲରେ ଥିବା ଫସଲକୁ ଖଳାକୁ ନେଇ ଆସିଲା ପରେ ବିଭାଗର ଦାୟିତ୍ୱ ନ ଥିବା କହୁଛନ୍ତି । ଅନ୍ୟ ପକ୍ଷରେ କ୍ଷତି ଆକଳନ କରି ବିଭାଗ କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଖଳାରେ ପଶି ଧାନ ନଷ୍ଟ କରୁଛି ହାତୀ
ଅର୍ଗସ ବ୍ୟୁରୋ: ଥମୁନି ବଣୁଆ ହାତୀ ପଲଙ୍କ ଉପଦ୍ରଵ। କି ଦିନ କି ରାତି ପଲପଲ ବଣୁଆ ହାତୀ l ଗାଁରେ ପଶି ଖାଇ ଯାଉଛନ୍ତି ଧାନ ଓ ପନିପରିବା। 18 ଟିକିଆ ବଣୁଆ ହାତୀ ପଲ ଏକର ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରୁଥିଲେ ଏବେ ଚାଷୀ ଅମଳ କରିବା ସମୟରେ ଖଳାରେ ପଶି ଧାନ ଗଦା ଧସାଇ ଖାଇବା ସହ ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ଏ ନେଇ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
Download Argus News App
