ଗୁରୁବାରିଙ୍କ ପୁଅ ଧାର ଉଧାର କରି ୨୫ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀଙ୍କୁ ଦେବା ପରେ ଖୁଣ୍ଟ ପକା ଯାଇଥିଲା। ହେଲେ ଦୀର୍ଘ ଦିନ ଧରି ବିଦ୍ୟୁତ ସଂଯୋଗ ନକରିବାରୁ TONODL କାର୍ଯ୍ୟଳୟ କୁ ଗୁରୁବାରିଙ୍କ ପରିବାର ଏକ ଅଭିଯୋଗ ଜଣାଇଥିଲେ। ଘଟଣା ପରେ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ସଂଯୋଗ ଦିଆଯିବ କହି ଗୁରୁବାରିଙ୍କ ପୁଅଙ୍କୁ କାର୍ଯ୍ୟଳୟ କୁ ଡାକିବା ସହିତ ଯେଉଁ ଖୁଣ୍ଟ ଓ ତାର ପୋତା ଯାଇଥିଲା ତାକୁ କର୍ମଚାରୀ ପଠାଇ ଉଠାଇ ଆଣିଥିଲେ। ଏବେ ଏତେ ଟଙ୍କା ଦେବାପରେ ବିଦ୍ୟୁତ ସଂଯୋଗ ନପାଇ ଅନେକ ଅସୁବିଧାରେ ଜିବନ ବିତାଉଛନ୍ତି ଗୁରୁବାରି ଙ୍କ ପରିବାର। ଘଟଣା କୁ ନେଇ ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଫୋନ୍ ଯୋଗେ କହିଛନ୍ତି ଯେ ଏହା ଉପରେ ଉଚ୍ଚ କତୃପକ୍ଷ ଙ୍କ ଦ୍ଵାରା ଏକ ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆନନ୍ଦପୁର : ବିଦ୍ୟୁତ ସଂଯୋଗ କରିବାକୁ ୨୫ହଜାର ଟଙ୍କା ଚାନ୍ଦା ନେବା ପରେ ବିଦ୍ୟୁତ ଦେଲେନାହିଁ। ଅଭିଯୋଗ କରିବାରୁ କର୍ମଚାରୀ ଲଗାଇ ବିଦ୍ୟୁତ ଖୁଣ୍ଟ ଓ ତାର ଉପାଡ଼ି ନେଇଗଲେ । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଷଡ଼ଙ୍ଗୀ ଗାଁରେ। ଗାଁର ଆଦିବାସୀ ବିଧବା ମହିଳା ଗୁରୁବାରି ହୋ ନିଜ ଘରକୁ ବିଦ୍ୟୁତ ସଂଯୋଗ କରିବାକୁ ଅନଲାଇନ୍ ଆବେଦନ କରିବା ସହିତ ୪୨୦୦ ଟଙ୍କା ଡିପୋଜିଟ କରିଥିଲେ। ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ତାଙ୍କ ଘରକୁ ଆସି ତଦନ୍ତ କରିବା ସହିତ ୩ଟି ଅଧିକ ଖୁଣ୍ଟ ଲାଗିବ ଓ ଏଥିପାଇଁ ୨୫ହଜାର ଟଙ୍କା ତାଙ୍କୁ ଦେବାକୁ ପଡ଼ିବ ବୋଲି କହିଥିଲେ।
ଅଧିକ ପଢନ୍ତୁ : ଜିଆଇ ତାରରେ ଲୁଗା ଶୁଖାଉଥିଲେ, ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
