ଅର୍ଗସ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକର ଚାଉଳ ଓ ପୋଡ ପିଠା। ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର, ଫୁଲବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ବାବାଙ୍କୁ। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକରଚାଉଳ ଓ ପୋଡ଼ପିଠା ଲାଗି କରା ଯାଇଥିଲା।
ବର୍ଷକରେ ଏହି ମକର ସଂକ୍ରାନ୍ତିରେ ବାବାଙ୍କୁ ପୋଡ଼ପିଠା ଭୋଗ ଲାଗି ହେଉଥିବାରୁ , ଏହିଦିନ ବହୁ ଦୂରଦୂରାନ୍ତରୁ ହଜାରହଜାର ଭକ୍ତ ମଣିବାବାଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ସହିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।