ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଗୌତମ ଙ୍କର ହଠାତ ମୁଣ୍ଡ ବିନ୍ଧିବାକୁ ଲାଗିଲା ଓ ଜ୍ୱର ମଧ୍ୟ ହେଲା। ଏଣୁ ଗୌତମ ଙ୍କର ବାପା ସ୍ଥାନୀୟ କୋରାଇ ମେଡିକାଲ ରେ ଦେଖାଇ ଚିକିତ୍ସା କଲେ। ଧୀରେ ଧୀରେ ବାମପାଖ କାନ ତଳକୁ ଏକ ଆବୁ ସୃଷ୍ଟି ହେଲା। ପରିବାର ଲୋକେ କଟକ ରେ ସେ ଆବୁ ଟି କୁ ଅପରେସନ କଲେ ଓ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ଏହା କ୍ୟାନ୍ସର ବୋଲି। ଏହା ଜାଣିବା ପରେ ବାପା ପ୍ରଫୁଲ୍ଲ ଓ ମା ଦ୍ରୌପଦୀ ଙ୍କ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ପ୍ରଫୁଲ୍ଲ ମୂଲ ମଜୁରୀ ଲାଗି ଯାହା କିଛି ଆଣନ୍ତି ସେଥିରେ ତାଙ୍କର ଚୁଲି ଜଳେ। ଏବେ ଡାହାଣ ପାଖ କାନ ତଳେ ଆଉ ଏକ ଆବୁ ସୃଷ୍ଟି ହୋଇଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ରେ ଗୌତମ ଙ୍କ ର କେମୋ ଦିଆ ଚାଲିଛି l ଗୋଟାଏ ଗୋଟାଏ ଇଞ୍ଜେକ୍ସନ ର ମୂଲ୍ୟ ୧୫୦୦ ରୁ ଆରମ୍ଭ କରି ୨୫୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ପ୍ରତିଥର ଇଞ୍ଜେକ୍ସନ ପାଇଁ ଆମ ପାଖରେ ଅର୍ଥ ନାହିଁ।
ଅର୍ଥ ନ ଥିବାରୁ ଗତ ମାସରେ ଚିକିତ୍ସା ପାଇଁ ଡାକ୍ତର ଦେଇଥିବା ତାରିଖ ରେ ଆମେ ପହଞ୍ଚି ପାରିଲୁ ନାହିଁ। ଗାଁ ସାଇ ପଡିଶା ରେ ଯିଏ ଯାହା ଦଉଛି ସେ ସବୁ ଖର୍ଚ୍ଚ ହେଉଛି ବୋଲି କହିଛନ୍ତି ଗୌତମ ର ମା କହିଛନ୍ତି l ପ୍ରଫୁଲଙ୍କ ପରିବାର ଏଭଳି ସମୟରେ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ lଯଦି କିଛି ସାହାଯ୍ୟ ମିଳେ ଗୌତମ ଭଲ ହୋଇ ସ୍କୁଲ ଯିବ,ସାଙ୍ଗ ମାନଙ୍କ ସହିତ ଖେଳିବ, ପାଠପଢି ଭଲ ମଣିଷ ହେବି ଆଉ ବାପା ମା ଙ୍କ ନାଁ ରଖିବି l
ଏ ଭଳି ପରିସ୍ଥିତି ରେ ଯାହା ସଞ୍ଚିତ ଅର୍ଥ ଥିଲା ସେସବୁ ଖର୍ଚ୍ଚ ସରିଲାଣି l ଘରେ ମଧ୍ୟ ଗାଈ, ଛେଳି, କୁକୁଡ଼ା, ବତକ ଯାହା ପାଳିଥିଲେ ସେସବୁ ବିକ୍ରିକରି ଖର୍ଚ୍ଚ ସରିଲାଣି l ଆମେ ତ ଗରିବ ଲୋକ ମୂଲ ଲାଗିଲେ ଚୁଲି ଜଳେ l ଏହି ବ୍ୟୟ ବହୁଳ ରୋଗର ଚିକିତ୍ସା ପାଇଁ କିଏ ବା କେତେ ଦେବ l ଏମିତି ଅନେକ କଥା ଭାବି ନିଜର ଦୁଃଖକୁ ବଖାଣି ଛନ୍ତି ଗୌତମର ଦାଦା l
ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଗୌତମକୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦିଆଯିବ l ଯଦି ଗୌତମକୁ ଏ ସମୟରେ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢ଼ାନ୍ତି ସେ ଭଲ ହୋଇ ପାରନ୍ତେ l
ଅଧିକ ପଢ଼ନ୍ତୁ ଓଡିଶା ଖବର: