ଅର୍ଗସ ବ୍ୟୁରୋ : ଜନ୍ମଦିନ ସମସ୍ତଙ୍କ ପାଇଁ ଅଲଗା. ସମସ୍ତେ ସମସ୍ତଙ୍କ ଜନ୍ମଦିନକୁ ନେଇ ବେଶ ଉତ୍ସାହିତ ଥାଆନ୍ତି. ଏବଂ ସମସ୍ତଙ୍କ ଠାରୁ ବିଭିନ୍ନ ଉପହାର ମିଳିବା ମଧ୍ୟ ସେ ଦିନର ଏକ ମୁଖ୍ୟ ଆକର୍ଷଣ ଅଟେ । ତେବେ ଗତ କିଛିଦିନ ତଳେ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ଜଣେ ବାପା ତାଙ୍କ ଝିଅକୁ ଏକ ମଇଲା ବୋତଲ ଗିଫ୍ଟ କରିଥିବା ତାଙ୍କ ଝିଅ ପୋଷ୍ଟ କରିଛନ୍ତି। ତେବେ ଏପରି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଉପହାରକୁ ନେଇ ଏହି ପୋଷ୍ଟ ଅନେକ ଜଣଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ତେବେ ଏହାର କାରଣ ଜଣାଇ ତାଙ୍କ ଝିଅ ପାଟ୍ରିସିଆ ମୋଉ ଲେଖିଛନ୍ତି, ଏହା ପ୍ରଥମ ଥର ନୁହେଁ ତାଙ୍କ ବାପା ତାଙ୍କୁ ପ୍ରତିବର୍ଷ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଗିଫ୍ଟ ଦେଇଛନ୍ତି ।
ପୂର୍ବରୁ ସେ ତାଙ୍କୁ ବ୍ଲାକ ପିପର ସ୍ପ୍ରେ, କିଟ,ଏନସାଇକ୍ଲୋପିଡିଆ ଏବଂ ସେ ତାଙ୍କ ପାଇଁ ଲେଖିଥିବା ଏକ ବହି ଗିଫ୍ଟ କରିଥିଲେ । ତେବେ ଚଳିତବର୍ଷ ତାଙ୍କୁ ଏକ ସ୍ବତନ୍ତ୍ର ଧରଣର ଗିଫ୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । କାରଣ ଏହି ଗିଫ୍ଟ ତାଙ୍କୁ ଏକ ମୂଲ୍ୟବାନ ଜୀବନ ଶିକ୍ଷା ଦେଇଛି । ଯାହା କେବେବି ଟଙ୍କା ଦ୍ବାରା କିଣି ହେବନି । ତାଙ୍କ ବାପା ତାଙ୍କୁ ଏଇ ଗିଫ୍ଟ ଦେଇ କହିଥିଲେ , ଯେତେବେଳେ ତୁମେ ବ୍ୟସ୍ତ କିମ୍ବା ବିଚଳିତ ଥିବା ସେତେବେଳେ ତୁମ ଚତୁପାର୍ଶ୍ବରେ ତୁମକୁ ସବୁକିଛି ମଇଳା ଦେଖାଯିବ । ତୁମେ ଆଶାହୀନ ହୋଇପଡିବ । କିନ୍ତୁ ଯେତେବେଳେ ତୁମ ମୁଣ୍ଡ ସ୍ଥିର ଥିବ, ତୁମେ ଶାନ୍ତ ଥିବ, ସେତେବେଳେ ଏହି ବୋତଲ ଭଳି ମଇଳା ମଧ୍ୟ ମାତ୍ର ୧୦% ଦେଖାଯିବ । ତେଣୁ ଦୃଷ୍ଟିକୋଣ ହିଁ ସବୁକିଛି ।
ତେବେ ମୋଉ ଲେଖିଛନ୍ତି, ଏହି ଗିଫ୍ଟ ତାଙ୍କ ସବୁଠୁ ବେଷ୍ଟ ଗିଫ୍ଟ ଥିଲା.ଯାହା ଖୁବ ସରଳ ଏବଂ ଗଭୀର ଅର୍ଥ ପ୍ରକାଶ କରେ। ଏବଂ ଏହାଏକ ମୂଲ୍ୟବାନ ଶିକ୍ଷା ଦେଲା । ତାହା ହେଉଛି, ନିଜ ଖରାପ ସମୟରେ ମଧ୍ୟ ବିଚଳିତ ନହୋଇ ସ୍ଥିରଚିତ୍ତରେ କାମ କରିବା ଉଚିତ । ଖରାପ ସମୟ ପରେ ଖୁବ ଭଲ ସମୟ ଆସେ ।