ସେପଟେ ଦୋଳପୂଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ । ସକାଳ ଧୂପ ସମୟରେ ମହାପ୍ରଭୂଙ୍କର ଏହି ବେଶ କରାଯାଇଥିବା ବେଳେ ଶ୍ରୀଜିଉମାନେ ପାଟବସ୍ତ୍ର ସହ 32 ପ୍ରକାରର ଅଳଙ୍କାର ଲାଗି ହୋଇଥିଲେ । ସକାଳ ପରଠାରୁ ୧୧ଟା୧୦ ରେ ସୁନାବେଶ ଶେଷହେବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ରାତ୍ର ୧୦ଟା ଯାଏଁ ଶ୍ରୀଜିଉଙ୍କର ସୁନାବେଶଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।ସେପଟେ ଦୋଳବେଦୀରେ ଠାକୁରଙ୍କ ସକାଳ ଧୂପ ଠାରୁ ଆରମ୍ଭ କରି ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତି ହେବ ।
ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସୁନାବେଶରେ ଦର୍ଶନ କରିବା ସହ ଦୋଳବେଦୀରେ ଭକ୍ତି,ପ୍ରେମ ଓ ରଙ୍ଗରେ ଏକାକାର ହୋଇଯାଇଥିଲେ ଭକ୍ତ ଆଉ ଭଗବାନ ।ଆଉ ଏହି ଅପୂର୍ଵ ମିଳନର ସାକ୍ଷୀ ହୋଇ ରହିଥିଲା ଶ୍ରୀମନ୍ଦିର ।