ଚଳିତ ବର୍ଷ ୫୭ଜଣ ଭକ୍ତା ମା ବାସୁଳୀଙ୍କ ପୀଠରେ ଉଡିଥିଲେ । ମା" ବାସୁଳୀ ମନ୍ଦିର ପରିସରରେ ଠାକୁରମୁଣ୍ଡା ଅଞ୍ଚଳର ଶହଶହ ଶ୍ରଧାଳୁ ଭକ୍ତ ଆସି ଜାଗର ଜାଳିଥାଆନ୍ତି। ପଣାସଂକ୍ରାନ୍ତୀ ଦିନ ଉଡା ପର୍ବର ପୂଜା କାର୍ଯ୍ୟ ସରିବା ପରେ ଭକ୍ତୋମାନଙ୍କର ପିଠିରେ ଦୁଇଟି ଅଙ୍କୁଶାକୃତି କଣ୍ଟା ଫୋଡା ଯାଇଥାଏ। ସେହି କଣ୍ଟାକୁ ଦଉଡିରେ ବନ୍ଧା ହୋଇ ଏକ ଦଣ୍ଡାରେ ଗୋଟିଏ ପାର୍ଶ୍ଵରେ ବନ୍ଧା ହୁଏ ଏବଂ ଅନ୍ୟ ପାର୍ଶ୍ଵରେ ଏକ ଦୌଡି ବନ୍ଧା ଯାଏ। ମଝିରେ ଥାଏ ୧୮ ଫୁଟ ଉଚ୍ଚର ଖୁଣ୍ଟଟିଏ। ଗୋଟିଏ ପାର୍ଶ୍ୱରେ ଦୌଡ଼ିକୁ ଲୋକମାନେ ବୁଲାଇଥାନ୍ତି, ଅନ୍ୟ ପଟେ ପିଠିରେ ଫୋଡା ହୋଇଥିବା କଣ୍ଟାର ଦୌଡ଼ି ସାହାଯ୍ୟରେ ଭକ୍ତମାନେ ଆକଶ ମାର୍ଗରେ ଉଡି ପୁଷ୍ପ ବୃଷ୍ଟି କରିଥାଆନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଦର୍ଶକ ଚାତକ ପରି ଚାହିଁ ବସିଥାଆନ୍ତି। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ୍ୟ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି ଓଡିଶା ପ୍ରସିଦ୍ଧ ଠାକୁରମୁଣ୍ଡା ର ଉଡ଼ାପର୍ବ ।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର