ଗତ ଜାନୁଆରୀ ୨୫ ତାରିଖରେ ୫୬ କ୍ବିଣ୍ଟାଲ ୬୨ କେଜି ଧାନ ବିକ୍ରି କରିବାକୁ ଧରଣି ଟୋକନ ପାଇଥିଲେ । କିନ୍ତୁ ୨୩ ଦିନ ଧରି ମଣ୍ଡିରେ ଜଗି ରହିବା ପରେ ମଧ୍ୟ ତାଙ୍କଠାରୁ ଧାନ କ୍ରୟ ହୋଇ ନଥିଲା । ତେବେ କେବଳ ଧରଣୀ ନୁହେଁ ବିଭିନ୍ନ ସ୍ଥାନରେ ଚାଷୀଙ୍କ ୩ ହଜାର କ୍ବିଣ୍ଟାଲ ଧାନ ପଡି ରହିଥିଲେ ବି ଧାନ ଉଠିପାରିଲା ନାହିଁ । ଟାର୍ଗେଟ ସରିଯାଇଥିବା କହି ଚାଷୀଙ୍କ ଧାନକୁ କ୍ରୟ କଲେନି ମଣ୍ଡି କର୍ତ୍ତୃପକ୍ଷ ।
ଅଧିକ ପଢନ୍ତୁ: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀଙ୍କ ହୋ ହଲ୍ଲା
ଯାହାକୁ ନେଇ ସୋମବାର ଚାଷୀମାନେ ଧାନବସ୍ତା ରଖି ୫୭ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ । ଏହି ଆନ୍ଦୋଳନରେ ଚାଷୀ ଧରଣୀ ମେହେର ମଧ୍ୟ ସାମିଲ ଥିଲେ । ହେଲେ ଗତକାଲି ମାନସିକ ଚାପଗ୍ରସ୍ତ ହୋଇ ଧରଣୀଙ୍କର ମଣ୍ଡିରେ ହିଁ ଜୀବନ ଯାଇଥିଲା ।
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ