ଅଭିଯୋଗକାରୀ ଦାଖଲ କରିଥିବା ପିଟିସନ୍, ଦସ୍ତାବିଜ୍ ଏବଂ ବୟାନକୁ ନେଇ ଯେଉଁ ଟିପ୍ପଣୀ କୋର୍ଟ ଦେଇଛନ୍ତି, ତାହା ମନୀଷ ଅଗ୍ରୱାଲ ଏବଂ ଅନ୍ୟ ୩ ଜଣଙ୍କ ଚିନ୍ତା ବଢ଼ାଇଛି । ଆଇପିସିର ଧାରା ୩୦୨/୫୦୬/୨୦୧/୨୦୪/୧୨୦ (ବି) ଏବଂ ୩୪ ଧାରା ଅନୁସାରେ ମାମଲାର ଶୁଣାଣି ଆଗକୁ ବି ଚାଲିବ। ଜାନୁୟାରୀ ୩ ରେ ତାରିଖରେ ଅଭିଯୋଗକାରୀଙ୍କ ସମସ୍ତ ସାକ୍ଷୀଙ୍କ ବୟାନ ନିଆଯିବ ବୋଲି କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ସେହିଦିନ ଅଭିଯୋଗକାରୀଙ୍କ ସାକ୍ଷୀ ବାୟନ ଦେବାପରେ କୋର୍ଟ ଆଇଏଏସ୍ ଅଧିକାରୀ ମନୀଷ ଅଗ୍ରୱାଲଙ୍କ ବିରୋଧରେ ସମନ ଜାରି କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଘଟଣା ଘଟିଥିଲା 2019 ଡିସେମ୍ବର ମାସରେ । ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହକୁ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପରିବାରଲୋକେ ଅଭିଯୋଗ କରିଥିଲେ ସେତେବେଳର ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦେବନାରାୟଣଙ୍କୁ ହତ୍ୟା କରିଛନ୍ତି। ପୋଲିସ ଚାପିଦେଲା। କୋର୍ଟଙ୍କ ନିର୍ଦ୍ଦେଶରେ ମନୀଷ ଅଗ୍ରୱାଲ ଓ ଅନ୍ୟମାନଙ୍କ ନାଁରେ ଲାଗିଲା ଦଫା 302। ତାପରେ ବି ଆକସନ୍ ବଦଳରେ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ସରକାର ଦେଇଦେଲେ ପ୍ରମୋସନ୍ । ଏବେ କ୍ରାଇମବ୍ରାଞ୍ଚ ଚଳାଇଛି ଆଇଏଏସ୍ ସୁରକ୍ଷା ଅଭିଯାନ । ଏବେ ନ୍ୟାୟର ଲଢେଇ ଲଢୁଛନ୍ତି ଦେବନାରାୟଣଙ୍କ ବିଧବା ପତ୍ନୀ ଓ ତାଙ୍କ ପରିବାର ।