ଅର୍ଗସ ବ୍ୟୁରୋ: ଅବହେଳିତ, ନିଷ୍ପେସିତ ଭାବେ ଲୋକେ ଜୀବନ ଯାପନ କରୁଛନ୍ତି। ସରକାରୀ ଯୋଜନା ବାଟବଣା । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟ ଲୋକଙ୍କ ଭାଗ୍ୟ ବଦଳି ପାରିଲାନି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଧାତିକା ପଞ୍ଚାୟତ ସରଡିହା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଗାଁ ରେ ୧୦୦ ରୁ ଉର୍ଦ୍ଧ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର ପରିବାର ବସବାସ କରନ୍ତି। ଏମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ କରି ନିଜ ପରିବାରର ଗୁଞ୍ଜୁରାଣ ମେଣ୍ଟାଇଥାନ୍ତି। ଏହି ଗାଁର ବଡ ସମସ୍ୟା ଆବାସ। ବହୁ ଯୋଗ୍ୟ ହିତାଧିକାରୀ ଏଠାରେ ଆବାସ ଯୋଜନାରୁ ବଞ୍ଚିତ। ଦୀର୍ଘ ବର୍ଷ ହେବ ଏହି ଭଙ୍ଗା ଚାଳିଆ ଘରେ ଏମିତି ପରିବାର ସହ ପିଲା ଛୁଆଙ୍କୁ ଧରି ରହୁଛନ୍ତି।
କେବଳ ଆବାସ ନୁହଁ ,ବହୁ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା କିମ୍ଵା ବିଧବା ଭତ୍ତା ମିଳୁନାହିଁ। ବହୁବାର ଆବେଦନ କଲାପରେ ମଧ୍ୟ ଫଳ ଶୂନ। ସେମିତି ଶୁଦ୍ଧ ପାନୀୟ ଜଳ ଏଠାରେ ସତସପନ। ଏପଟେ ଅନ୍ଧାରକୁ ଦୂର କରିବା ପାଇଁ ସରକାର ସୋଲାର ଆଲୁଅ ଦେଇଥିଲେ କିନ୍ତୁ ସୋଲାର ଆଲୁଅ ଲାଗିବା ଦିନରୁ ଜଳୁନି । ନା ସରକାରଙ୍କ ପ୍ରତିନିଧି ନା ଲୋକ ପ୍ରତିନିଧି କେହିବି ଏମାନଙ୍କ ଦୁଖ ଶୁଣୁନାହାନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: