ମୃତ ଶିଶୁ ହେଲେ ସୂରଧର ବେନିଆଙ୍କ ୯ ବର୍ଷର ପୁଅ ଆକାଶ । ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ପୁଅକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକ। କିନ୍ତୁ ସେଠାରେ ଆକାଶଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତବେ ମୃତଶିଶୁର ଶବକୁ ନେବା ପାଇଁ ମେଡିକାଲ ପକ୍ଷରୁ ମିଳିଲାନି କୌଣସି ଗାଡ଼ି ।
ଫଳରେ ବାଧ୍ୟ ହୋଇ ପୁଅର ଶବକୁ କାନ୍ଧରେ ବୋହି ବୋହି ନେଲା ବାପା। ସରକାରଙ୍କ ପକ୍ଷରୁ ମର ଶରୀରକୁ ନେବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା ଥିଲେ ମଧ୍ୟ ସୁରଧରଙ୍କ ପାଇଁ ତାହା କାର୍ଯ୍ୟକାରୀ ହେଲା ନାହିଁ । ଫଳରେ ଦାନାମାଝୀ ଭଳି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି।