ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଟିପଡା ଗ୍ରାମର 13 ନଂ ୱାର୍ଡରେ l ମଧୁସୂଦନଙ୍କ 15 ବର୍ଷର ପୁଅ ହେଉଛନ୍ତି ଦେବାଶିଷ ମଲିକ l ଦେବାଶିଷର ଆଖିକୁ ଠିକ ଭାବେ ଦେଖାଯାଏନି ଛାତିରେ ଯନ୍ତ୍ରଣା ହେଉଛି କି ଠିକ ଭାବେ ଚାଲି ପାରେନି l ଗୋଟିଏ ଆଖି ନଷ୍ଟ ହୋଇଥିବା ବେଳେ ସେ ଜଣେ ବାବନ l ଏଥିଯୋଗୁଁ ସେ ନିଜେ ନିଜ ନିତ୍ୟକର୍ମ କରିବା ପାଇଁ ଅସମର୍ଥ l
ଦେବାଶିଷକୁ ଯେତେବେଳେ 5 ବର୍ଷ ହୋଇଥିଲା ସେତେବେଳେ ପରିବାର ଲୋକ କଟକ ବଡ଼ ମେଡିକାଲରେ ଆଖି ଦେଖାଇଥିଲେ l କିନ୍ତୁ ଡାକ୍ତର ମାନେ ଆଖି ନଷ୍ଟ ହେବା କହିଥିଲେ l ଛୋଟ ପିଲା ହେତୁ ଅପରେସନ ପାଇଁ ମନା କରିଦେଇଥିଲେ l ଦିବ୍ୟାଙ୍ଗ ପ୍ରମାଣପତ୍ର କରୁବାକୁ କହିଥିଲେ l ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଁ କେନ୍ଦ୍ରାପଡ଼ା ମେଡିକାଲ ଯାଇଥିବା ବେଳେ ତାଙ୍କୁ ସିଡିଏମଓ 25 ପ୍ରତିଶତ ଦିବ୍ୟାଙ୍ଗ କହିବାରୁ ପ୍ରମାଣପତ୍ର ହୋଇପାରିଲା ନାହିଁ l କେନ୍ଦ୍ରାପଡ଼ାରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଆଳିର ବିଧାକ ବା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଭେଟିଥିଲେ କିନ୍ତୁ ସେମାନେ ଦିବ୍ୟାଙ୍ଗ ପ୍ରମାଣ ପତ୍ର କରିବାରେ ସହଯୋଗ କରିନଥିଲେ l
ରାତି ପାହିଲେ ପୁଅର ଚିନ୍ତା l ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁକିଛି ମା କୁ ହିଁ କରିବାକୁ ପଡୁଛି l ବର୍ଷକ ବାରମାସ ତାରି ସେବାରେ ଲାଗିଛନ୍ତି l ପୁଅକୁ ଭଲ କରିବାକୁ ଆଳି ମେଡିକାଲ ଠୁ ଆରମ୍ଭ କରି କେନ୍ଦ୍ରାପଡ଼ା, କଟକ ସବୁଠୁ ନିରାଶ ହେବାକୁ ପଡିଲା ସେମାନଙ୍କୁ l ଏହି ଭଳି ସମୟରେ ଦେବାଶିଷର ଭବିଷ୍ୟତକୁ ନେଇ ମା ଆଖିରୁ ଝରି ଯାଉଛି ଲୁହ l ଆଜିର ଦୁନିଆରେ ଭାଇ ଭାଇର ଶତୃ ହେଉଥିବା ବେଳେ ତାଙ୍କ ଆବର୍ତ୍ତମାନରେ ଦିବ୍ୟାଙ୍ଗ ପୁଅର ଭବିଷ୍ୟତ କଣ ହେବ ତାହାକୁ ନେଇ ଚିନ୍ତାରେ ପରିବାର l ସରକାର ଯଦି ପୁଅ ପାଇଁ କିଛି ବ୍ୟବସ୍ଥା କରନ୍ତେ ତେବେ ସେ ଭଲରେ ରହିଯାଆନ୍ତା l
ଓଡିଶା ଖବର ଆହୁରି ପଢ଼ନ୍ତୁ ।