ତେଲ ସନ୍ଧାନ ନେଇ ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା
କଟକ ଖପୁରିଆ ସ୍ଥିତ ରୁଚି କମ୍ପାନୀରେ ବିଳମ୍ବିତ ରାତିରେ ଲାଗିଲା ନିଆଁ

କଟକ: କଟକ ଖପୁରିଆ ସ୍ଥିତ ରୁଚି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଲାଗିଲା ନିଆଁ। ଖବର ପାଇ ଦମକଳ ବାହୀନିର ପ୍ରଥମେ ଦୁଇଟି ୟୁନିଟ୍ ଓ ପରେ ଆଉ ଗୋଟିଏ ୟୁନିଟ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଥିବା ଦମକଳ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଉଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣାର ତଦନ୍ତ କରୁଛି ଅଗ୍ନିଶମ ବିଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
Read More Odisha News..
Download Argus News App
