ପ୍ରତି ଦୁଇ ମିନିଟରେ ଆକସ୍ମିକ ଭାବେ ଲାଗୁଛି ନିଆଁ। ଘର ଜଳୁଛି, କଞ୍ଚା ଗଛ ବି ହୁତୁହୁତୁ ହୋଇ ଜଳଛି। କାଳେ କାହା ଘରେ ନିଆଁ ଲାଗିଯିବ ସେଥିପାଇଁ ଘର ଜଗି ବସିଛନ୍ତି ଭୁବନେଶ୍ୱର ଉପକଣ୍ଠ ରୋକଟ ଗାଁ ଲୋକେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି, ହେଲେ ଅଚାନକ ନିଆଁ ଲାଗିଯାଉଥିବାରୁ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବାହିନୀ ପହରା ଦେଇଛନ୍ତି ଗାଁରେ।
ପୂର୍ବରୁ ୨୦୦୫ ମସିହାରେ ମଧ୍ୟ କିଛି ଏଭଳି ଘଟଣା ଘଟିଥିଲା ଏହି ଗାଁରେ। ସବୁଠାରୁ ବଡ଼କଥା ଗାଁ ଲୋକେ ଭାବୁଛନ୍ତି ନିଆଁ ଲାଗିବା ପଛରେ ମାଁ ହିଙ୍ଗୁଳାଙ୍କର ରହିଛି କୋପ ଦୃଷ୍ଟି। ଆଉ ପୂଜାର୍ଚ୍ଚନା କଲେ ନିଆଁ ଲାଗିବନାହିଁ ବୋଲି ତାଙ୍କ ବିଶ୍ବାସ। ଯାହାଫଳରେ ନିଆଁ ଲଗାକୁ ନେଇ କାହା ଉପରେ ସନ୍ଦେହ କରୁନାହାଁନ୍ତି ଏମାନେ। ତେବେ କେମିତି ଲାଗୁଛି ଏହି ନିଆଁ, କିଏ ଲଗାଉଛି ନିଆଁ ? ନା ଲୋକଙ୍କ ମନରେ ଅଲୌକିକ ଶକ୍ତିକୁ ନେଇ ବିଶ୍ବାସ ଜନ୍ମାଇବା ପାଇଁ କିଏ ଏଭଳି କାଣ୍ଡା ଭିଆଉଛି ତାକୁ ନେଇ ସନ୍ଦେହ ।
ଅଧିକ ପଢନ୍ତୁ ଓଡ଼ିଶା ଖବର