ଅର୍ଗସ ବ୍ୟୁରୋ: ନିଆଁ ଲାଗୁଛି କିନ୍ତୁ ଲିଭେଇବା ପାଇଁ ପହଞ୍ଚି ପାରୁନାହିଁ ଅଗ୍ନିଶମ ବାହିନୀ । ନଦୀରେ ଲୋକେ ଭାସିଗଲେ ନଦୀରୁ ଉଦ୍ଧାର କରିବା ପାଇଁ ପହଞ୍ଚି ପାରୁନାହିଁ ଅଗ୍ନିଶମ ବାହିନୀ । ଭଦ୍ରକ ଜିଲ୍ଲାର ଧାମନଗର, ତିହିଡ଼ି ଓ ଚାନ୍ଦବାଲି ଭଳି ତିନୋଟି ବ୍ଲକର ବହୁ ଗାଁ ଅଗ୍ନିଶମ ବିଭାଗର ସହାୟତା ତଥା ସେବା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
୨୫ ବର୍ଷ ହେବ ଲୋକେ କରିଆସୁଛନ୍ତି ଦାବି । କିନ୍ତୁ ହୋଇ ପାରିନାହିଁ ଦାବି ପୂରଣ । ଏନେଇ ଧାମନଗର ବିଧାୟକ କହିଛନ୍ତି, ଧାମନଗର, ତିହିଡି ଓ ଚାନ୍ଦବାଲି ପାଇଁ ଆବଶ୍ୟକ ରହିଛି ଦମକଳ କେନ୍ଦ୍ର । ଖୁବଶୀଘ୍ର ଆଗାମୀ ଦିନରେ ସେହି ଅଞ୍ଚଳରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ କରାଯିବ । ତେବେ ଅପେକ୍ଷା କେବେ ହେବ କାର୍ଯ୍ୟ।