ଗ୍ରାମର ୫୦ ଟି ପରିବାର ବସବାସ କରୁଥିବା ବେଳେ କେବଳ ଭରତ ଙ୍କ ଘରେ ଘଟୁଛି ଏଭଳି ଘଟଣା। ଯାହାକୁ ନେଇ ଭୟଭିତ ଗ୍ରାମବାସୀ। ୫ ଦିନ ହେବ ଘଟୁଛି ଅଜବ ଅଗ୍ନିକାଣ୍ଡ। ଆପଣ ଏହି ଚାଳ ଘରର ଦୃଷ୍ୟ ଭଲଭାବରେ ଦେଖନ୍ତୁ। ଗତ ରବିବାର ଠାରୁ ଗୁରୁବାର ମଧ୍ୟରେ ପ୍ରାୟ ୩ଥର ନିଆଁ ଲାଗିଲାଣି। ଘରେ ହୁତୁହୁତ ହୋଇ ନିଆଁ ଲାଗୁଛି ଗ୍ରାମବାସୀ ପାଣି ପକାଇ ନିଆଁ ଛଡାଉଛନ୍ତି। ତା ଛଡା ଆଉ କିଛି ଉପାୟ ନାହିଁ ଗ୍ରାମବାସୀ ଙ୍କ ପାଖରେ।
ଅନ୍ଧ ବିଶ୍ବାସକୁ ପୋତ୍ସାହିତ କରିବା ଆମର ଲକ୍ଷ୍ୟ ନୁହେଁ। ହେଲେ ଅଗ୍ନିବିପନ୍ନ ପରିବାର ଓ ଗ୍ରାମବାସୀ ଯାହା କହୁଛନ୍ତି ତାହା ଆତ୍ସର୍ଯ୍ୟ କଲା ଭଳି କାହାଣି ଠାରୁ ମଧ୍ୟ କମ୍ ନୁହେଁ। ଅଗ୍ନିକାଣ୍ଡ ଘଟୁଥିବା ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚୁଛି ଅଗ୍ନିଶମ ଗାଡି ଓ କର୍ମଚାରୀ କିନ୍ତୁ ପହଁଞ୍ଚିବା ବେଳକୁ ନିଆଁ ଲିଭିଯାଉଛି। ଫଳରେ ଖାଲିରେ ଫେରିବାକୁ ପଡୁଛି ଅଗ୍ନିଶମ ବିଭାଗକୁ। ସେହିପରି ମଧ୍ୟ ଘଟଣା ସ୍ଥଳରେ କ୍ଷୟକ୍ଷତି ର ଆକଳନ ଓ ଅଗ୍ନିକାଣ୍ଡର କାରଣ ଜାଣିବାକୁ ବାରମ୍ବାର ପହଞ୍ଚୁଛନ୍ତି ଆର.ଆଇ। କିନ୍ତୁ ଶେଷରେ ନିରାସ ହୋଇ ପହଁଞ୍ଚୁଛନ୍ତି ଆର.ଆଇ।
ଅଗ୍ନିବିପନ୍ନ ପରିବାର ଲୋକେ ଘଟଣା ସମମ୍ପର୍କରେ ମଧ୍ୟ ବ୍ରହ୍ମଗିରି ଥାନାରେ ବାରମ୍ବାର ଜଣାଉଛନ୍ତି। ପ୍ରତେକଥର ପୋଲିସ୍ ଗାଁ ରେ ପହଁଞ୍ଚି ତଦନ୍ତ କରୁଛି ,ହେଲେ ଖାଲିହାତରେ ଫେରୁଛି।ନିଆଁ କେମିତି ଓ କେଉଁଠୁ ଲାଗୁଛି? କାହିଁକି ବାରମ୍ବର ଅସ୍ବଭାବିକ ଭଳି ଲାଗୁଛି ନିଆଁ? ସମସ୍ତ ଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଭୈାତିକ କାଣ୍ଡରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ଗାଁରେ ଚର୍ଚା ହେଉଛି।
ଓଡିଶା ଖବର ଆହୁରି ପଢନ୍ତୁ