ବ୍ୟବସାୟୀ ଓ ଗ୍ରାହକ ଭୟଭୀତ ହୋଇ ଦୋକାନ ଛାଡି ବାହାରକୁ ଚାଲି ଆସିଥିଲେ। କିଛି ସମୟ ମଧ୍ୟରେ ଦୋକାନ ଟି ସମ୍ପୂର୍ଣ ଜଳି ଯାଇ ଥିଲା। ଅଗ୍ନିଶମ କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ। ଦୋକାନରେ ଥିବା ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ ଓ କିଛି ଆସବାବପତ୍ର ଜଳି ଯାଇଛି। ଗ୍ୟାସ ଲିକ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି।
ଗ୍ୟାସ ଲିକ ଯୋଗୁଁ ଲାଗିଲା ନିଆଁ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକର ଠାରେ ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ସନ୍ଧ୍ୟା ରେ ଗ୍ରାହକଙ୍କ ପାଇଁ ଜଳଖିଆ ତିଆରି କରୁଥିବା ବେଳେ ହଠାତ ଗ୍ୟାସ ପାଇପ ନିକଟରୁ ନିଆଁ ବାହାରିଥିଲା।
Download Argus News App
