ବିଡିଏର ବିଲଡର ପ୍ରୀତି
ଅର୍ଗସ ବ୍ୟୁରୋ: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚାଲିଛି ପୁର୍ନବିଚାର । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା ।
ହେଲେ ରାଜ୍ୟରେ କୋରୋନାର ସେକେଣ୍ଡ ଷ୍ଟ୍ରେନକୁ ଭୟ ଦେଖାଦେଇଛି । ଯାହା ପାଇଁ ସ୍କୁଲ ଖୋଲିବା ଉପରେ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ସୂଚନାନୁସାରେ, ଯେଉଁଭଳି ଭାବରେ କରୋନାର ଦ୍ୱିତୀୟ ଷ୍ଟ୍ରେନର ପ୍ରଭାବ ଦେଖିବାକୁ ମିଳିଛି, ଏହାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଭଳି ସ୍ଥିତିରେ ସ୍କୁଲ କେବେ ଖୋଲିବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।