ପ୍ରତ୍ୟେକଙ୍କ ଠାରୁ 25ହଜାର ଟଙ୍କା ଲେଖାଏଁ ମୋଟ 22ଲକ୍ଷ ଟଙ୍କା ଫାଇନ କରାଯାଇଛି। ତା ଛଡା 9ସହ ରୁ ଉର୍ଦ୍ଧ୍ୱ ଗାଡି ଚାଳକଙ୍କୁ ବିଭିନ୍ନ ନିୟମ ଉଲଘଂନ ଯୋଗୁଁ ଫାଇନ ମଧ୍ୟ କରାଯାଇଛି। ଧରା ପଡ଼ିଥିବା ନାବାଳକ କିମ୍ବା ନାବାଳିକାଙ୍କୁ 25 ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ।
ଅଧିକ ପଢ଼ନ୍ତୁ:ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା
ସୂଚନାନୁସାରେ, ନାବାଳକ ବାଇକ ଚାଳକଙ୍କୁ ପାନେ, ନିୟମ ଭାଙ୍ଗି ଗାଡି ଚଳାଇଲେ ଗଣିଲେ ୨୫ ହଜାର ତଣ୍ଡ । ପୁଣି ଥରେ ଆରମ୍ଭ ହୋଇଛି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଗାଡ଼ି ଚାଳନା ଉପରେ କଡ଼ାକଡ଼ି ଯାଞ୍ଚ । 18 ବର୍ଷରୁ କମ ବୟସ୍କ ପିଲା ମାନେ ନିୟମ ଉଲଙ୍ଘନ କରୁଥିବା ଅବସ୍ଥାରେ ଧରା ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠା ମଧ୍ୟ ଗ୍ରହଣ କରାଯାଇଛି । ଗାଡ଼ି ଚଳାଉଥିବା ସମ୍ପୃକ୍ତ ନାବାଳକ ନାବାଳିକାଙ୍କ ଗାଡିକୁ ଜବତ କରାଯିବା ସହ 25 ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କାଟିଛି ଟ୍ରାଫିକ ।