ଗରୁଗାଇଙ୍କୁ ପାଖ ଜଙ୍ଗଲ କଡରେ ଚରିବା ପାଇଁ ଛାଡି ଦେଇ ବଇଁଶୀ ବାଜାବାରେ ଲାଗିପଡିଛନ୍ତି ନବଘନ । ଏଥିରେ ତାଙ୍କୁ ପ୍ରଚୁର ଆନନ୍ଦ ମିଳେ । ଏହି ପରି ଭାବରେ ତାଙ୍କର ଜୀବନ ଅତିବାହିତ ହେଲା ପରେ ତାଙ୍କ ପାଟିରୁ ଦାନ୍ତ ଖସିଯିବା ପରେ ବଂଶୀ ଫୁଙ୍କିବାରେ ଅସମର୍ଥ ହୁଅନ୍ତି ନବଘନ । ହେଲେ ଏଥିରେ ସେ ହାର ନମାନି ନାକରେ ବଂଶୀ ବଜାଇବା କୁ ଆରମ୍ଭ କରନ୍ତି । ଏପରି ଅଭିନବ କୌଶଳରେ ବଂଶୀ ବଜାଇବା ଦେଖି ଆଖପାଖ ସାଇପଡିଶା ସମସ୍ତେ ଚକିତ ହୋଇଯାନ୍ତି । ତାଙ୍କ ବଂଶୀ ସ୍ବର ଶୁଣି ତାଙ୍କୁ ନିକଟସ୍ଥ ଛଉ କମିଟି ପକ୍ଷରୁ ବଜାଇବା ପାଇଁ ଅନୁମତି ମିଳିଯାଏ ।
ସେ ଝୁମର ଓ ଛଉ ପାଇଁ ଅନେକ ଥର ବଇଁଶୀ ବଜାଇ ଲୋକଙ୍କ ପାଖରେ ପ୍ରିୟଭାଜନ ହୋଇ ପାରିଛନ୍ତି । ଧାର୍ମିକ ଭାବନା ତାଙ୍କ ପାଖରେ ରହିଛି । କିଛି ଦିନ ହେବ ବାରିପଦା ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି ନବଘନ । କଳାକାର ହିସାବରେ ରାଜ୍ୟ ସରକାରଙ୍କ ପାଖରୁ ୧୨ଶହ ଟଙ୍କା ଭତ୍ତା ମଧ୍ୟ ପାଉଥିବା କଥା କହିଛନ୍ତି । ଆଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଳାକାର ଭତ୍ତା ପାଇବେ ବୋଲି କହିଛନ୍ତି ନବଘନ । ତାଙ୍କର ନାକରେ ବଂଶୀ ବଜାଇବା ଏକ ବିଶେଷତ୍ୱ ବୋଲି କହିଛନ୍ତି ସାଥି ହରେକୃଷ୍ଣ ରଣା ।
ନାକରେ ବଂଶୀ ବଜାଇ ନିଜର ପରିଚୟ ସୃଷ୍ଟି କରିପାରିଥିବା ନବଘନ ବେଶ୍ ସୁନ୍ଦର ମାଦଳ ,ଧୂମସା ଓ ମୃଦଙ୍ଗ ମଧ୍ୟ ବଜାଇ ପାରନ୍ତି । ନିଜର ଅପୂର୍ବ କଳାକୌଶଳ ପ୍ରଦର୍ଶନ ପାଇଁ ସେ ଅନେକ ସ୍ଥାନରୁ ପୁରଷ୍କୃତ ମଧ୍ୟ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: