ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା । ଗୁଜରାଟର ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ସେହି ସ୍କୁଲକୁ ବୁଲିବାକୁ ଯିବେ ସ୍କୁଲର ଛାତ୍ରଛାତ୍ରୀ । ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି । ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ବୁଲିବାକୁ ଯାଇପାରିବେ ।
ଅଧିକ ପଢନ୍ତୁ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଏହି ବିଦ୍ୟାଳୟକୁ ଏକ ପ୍ରେରଣା ସ୍ଥଳ ଭାବରେ ବିକଶିତ କରାଯାଇଛି । ଏହି ବିଦ୍ୟାଳୟର ସଂରକ୍ଷଣ ଏଏସଆଇ ଦ୍ଵାରା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବୁଲି ଦେଖିବା ପାଇଁ ପଠାଯିବ । ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଏହା ଏକ ଭିନ୍ନ ପ୍ରକଳ୍ପ । ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବ ।
ଏହି ବିଦ୍ୟାଳୟଟି ଏପରି ଭାବରେ ପ୍ରସ୍ତୁତ ହୋଇଛି ଯାହା ଭବିଷ୍ୟତରେ ପ୍ରାଥମିକ ଶିକ୍ଷାର ଏକ ମଡେଲ ହୋଇପାରିବ। ଏହା ସହିତ ଦେଶର ୭୪୦ ଜିଲାର ବିଦ୍ୟାଳୟଗୁଡ଼ିକ ପ୍ରେରଣା ପାଇପାରିବେ । ଏହି ବିଦ୍ୟାଳୟକୁ ସ୍ବତନ୍ତ୍ର ଟେକ୍ନୋଲୋଜିରେ ସଜାଯାଇଛି, ଯେଉଁଠାରେ ପିଲାମାନେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧ୍ୟୟନ କରିପାରିବେ। ଏହି ବିଦ୍ୟାଳୟ ୧୮୮୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୧୮ ପର୍ଯ୍ୟନ୍ତ ଏହା ଚାଲୁଥିଲା ।