ଏଭଳି ସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯଦି ଏହି ନିଆ ସାତକୋଶିଆ ଅଭୟାରଣ୍ୟର କୋର ଏରିଆକୁ ବ୍ୟାପିଯାଏ ତାହାଲେ ଅନେକ ଜୀବ ଜନ୍ତୁ ମୃତ୍ୟ ମୁଖରେ ପଡି ପାରନ୍ତି । ଏହା ଛଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ।
ଅନୁଗୁଳ: ଶିମିଳିପାଳ ପରେ ଅନୁଗୁଳରୁ ଆସିଲା ଜଙ୍ଗଲ ନିଆଁର ତାଣ୍ଡବଲୀଳା । ଅନ୍ତୁଳିଆ ଜଙ୍ଗଲରେ କ୍ରମାନ୍ଵୟରେ ନିଆଁ କାୟବିସ୍ତାର କରୁଥିବା ଜଣା ପଡ଼ିଛି । ଅନ୍ତୁଳିଆ ହେଉଛି ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ । ଅନ୍ତୁଳିଆ ସମେତ ଆଖ ପାଖ ଅଞ୍ଚଳରେ ଥିବା ଜଙ୍ଗଲକୁ ଏହି ନିଆଁ କ୍ଷୀପ୍ରବେଗରେ ଲାଗି ବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ଯଦି ଏଭଳି ହୁଏ ଓ ବନ ବିଭାଗ ଠିକଣା ସମୟରେ ପ୍ରତୀକାତ୍ମକ ପଦକ୍ଷେପ ନ ନିଏ ତେବେ ଏକ ବିରାଟ ଅଘଟଣ ଘଟିବାର ସମ୍ଭାବନା ରହିଛି ।