ଗିଦଘରା ପାହାଡ଼ ଜଳୁଥିବା ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ଘଣ୍ଟା ବିତିଯାଇଥିଲେ ହେ ନିଆଁକୁ ଆୟତ୍ତ କରାଯାଇ ପାରିନଥିବା ଜଣାପଡିଛି । ଫଳରେ ପାହାଡ଼ ପରିସରରେ ଥିବା ଜୀବଜନ୍ତୁ, ଔଷଧୀୟ ବୃକ୍ଷ ନଷ୍ଟ ହେବା ସହ ହଜାର ହଜାର ଗଛ ପୋଡ଼ି ପାଉଁଶ ହୋଇଯାଇଛି । ପାହାଡ଼ ର ଶୀର୍ଷ କୁ ନିଆଁ ଚାଲିଯିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରିବା ପାଇଁ କସରତ ଚାଲିଛି ବୋଲି ସିନ୍ଧେକେଲା ଫରେଷ୍ଟର ଗୋବର୍ଦ୍ଧନ ପଟେଲ ସୂଚନା ଦେଇଛନ୍ତି ।
ନିଆଁର ଆଁରେ ଜଙ୍ଗଲ

ଅର୍ଗସ ବ୍ୟୁରୋ: ଜଳୁଛି ଜଙ୍ଗଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ନିକଟରେ ଥିବା ଗିଦଘରା ପାହାଡ଼ରେ ନିଆଁ ଲାଗିଛି । ରବିବାର ସକାଳୁ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କ୍ୱାର୍ଡ ଓ ବନ ବିଭାଗର ୨୫ ଜଣ କର୍ମଚାରୀ ଲାଗିଛନ୍ତି । ହେଲେ ନିଆଁ ଆୟତ୍ତ ହୋଇପାରିନାହିଁ । ଦୀର୍ଘ ୨ ଦିନ ଧରି ନିଆଁ ହୁତୁ ହୁତୁ ହୋଇ ଜଳୁଛି ।ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଥିବା ଏଠାରେ ଅଭିଯୋଗ ହୋଇଛି ।
Download Argus News App
