ନୂଆପଡ଼ା: ବାଟବଣା ପ୍ରାକ୍ ଶିକ୍ଷା । ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିରହିଛି ଅବ୍ୟବସ୍ଥା । ଭଙ୍ଗା ଦଦରା ଘରେ ବସିବାକୁ ବାଧ୍ୟ ହେଉଛନ୍ତି ପିଲା । ନାହାନ୍ତି ଅଙ୍ଗନୱାଡ଼ି କର୍ମୀ, ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ । ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢ଼ା । ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଅଙ୍ଗନୱାଡ଼ି ଗୃହ ବିପଦ ସଙ୍କୁଳ ହୋଇଥିବାରୁ ଭଙ୍ଗା ଦଦରା ଘରେ ପଢିବାକୁ ବାଧ୍ୟ ହେଉଛନ୍ତି ଗଡ଼ଗଡ ଟେଟେଙ୍ଗ ପଡ଼ା ଗାଁର ଛୋଟ ଛୋଟ ପିଲା । ସ୍ଥାୟୀ କେନ୍ଦ୍ର ଥିଲେ ସୁଦ୍ଧା ସ୍ବଚ୍ଛତା ଏବଂ ରୋଷେଇ ଗୃହ ନଥିବାରୁ ଗୋଟିଏ ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢା ।
ସ୍ଥାୟୀ କେନ୍ଦ୍ର ଥୁଲେ ସୁଦ୍ଧା ପୁରୁଣା ଘର ହୋଇ ଥିବାରୁ 33 ଜଣ କୁନି କୁନି ପିଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ବର୍ଷା ଦିନେ ସବୁବେଳେ ଛାତରୁ ପାଣି ଝରୁଥିବାରୁ ପାଠ ପଢିବାରେ ଅସୁବିଧା ହେଉଥିବା କହିଛନ୍ତି ଅଭିଭାବକ ମାନେ । ଏପଟେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ , ଆମେ ସରକାରଙ୍କୁ ଏ ବିଷୟରେ ଜଣାଇବୁ ଏବଂ ଯଥାଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି । ଶିଶୁଙ୍କ ପାଇଁ କେବେ ଯେ ସରକାର ଚିନ୍ତା କରିବେ ଆଉ ଯଥା ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର