ଭୁବନେଶ୍ୱର: ଆଜି ପ୍ରକାଶ ପାଇବ OJEE ରେଜଲ୍ଟ । ଆଜି ପୂର୍ବାହ୍ନ 11ଟାରେ ପ୍ରକାଶ ପାଇବ ଫଳ । OJEE ୱେବସାଇଟରେ www.ojee.nic.in ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ଏଥର ପରୀକ୍ଷା ଦେଇଥିଲେ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ । ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ।
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍ବିଏ, ଏମ୍ସିଏ, ଏମଏସ୍ସି, ଏମେ୍ଟେକ ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ’ ମାସ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ଏଥିପାଇଁ ମୋଟ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବସଡ୍ ମୋଡରେ ହୋଇଥିଲା ପରୀକ୍ଷା। ତେବେ ଆଜି ପୂର୍ବାହ୍ନ 11ଟାରେ OJEE ରେଜଲ୍ଟ ପ୍ରକାଶ ପାଇବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର