ଆଜି କ୍ରସରର କିଛି ସପକ୍ଷ ବାଦି ଲୋକ ଆସିବା ବେଳେ କାଲି ବିପକ୍ଷ ବାଦି ଲୋକ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଦୃଶ୍ୟ ଦେଖିବାକୁ ମିଳୁଛି।କ୍ରସର ମାଲିକ ମାନଙ୍କର ମୋହରା ସାଜି ଗରିବ ଖଟିଖିଆ ଦିନ ମଜୁରିଆ ଲୋକ ମାନେ ଦିନ ତମାମ ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି।ସେମାନଙ୍କ ପାଇଁ ଗାଡ଼ିଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁର ବ୍ୟବସ୍ଥା କରାଯାଉଛି।ତେବେ କାହା ସ୍ୱାର୍ଥରେ ଦୀର୍ଘ ଦିନ ହେବ ଏଭଳି ପ୍ରହସନ ଚାଲିଛି।
ଯଦି ସେହି ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରୁଛନ୍ତି ତେବେ ଅନ୍ୟ କିଛି ଲୋକ ଏହାକୁ ସପୋର୍ଟ କରୁଛନ୍ତି କାହିଁକି?କିଛି ବଡବଡିଆଙ୍କ ପାଇଁ ଏ ସବୁ ପ୍ରହସନ ହେଉଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚା ବିଷୟ ପାଲଟିଛି।କେବଳ ସେତିକି ନୁହେଁ ନିଜ ସପକ୍ଷରେ ପ୍ରଚାର ପ୍ରସାର ପାଇଁ ମଧ୍ୟ ଉଭୟ ପକ୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାର ଶୁଣିବାକୁ ମିଳୁଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।