ଅର୍ଗସ ବ୍ୟୁରୋ : ମାଆ ତା ପିଲା କୁ ଦଶ ମାସ,ଦଶ ଦିନ ଗର୍ଭରେ ଧରି ଜନ୍ମ ଦିଏ । ସେଥିପାଇଁ କୁହାଯାଏ ମା ଭଗବାନ କୁ ଭଗବାନଙ୍କ ସହ ତୁଳନା କରାଯାଏ। ହେଲେ ଏହି ଭିଡିଓ ରେ ଦେଖିବେ କେମିତି ନିଜ ଜନ୍ମକଲା ମାଆ କୁ ପଚାରୁନାହଁ ଝିଅ। ପ୍ରେମ ପାଇଁ ମାକୁ ଠେଲିଦେଲା ଝିଅ। ଠେଲିବା ଫଳରେ ମାଆ କଚାଡି ହୋଇ ତଳେ ପଡ଼ିଗଲେ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଭିତରେ ହୋଇଛି ଏହି ହାଇଡ୍ରାମା। ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ।
୨୦୨୧ରେ ଘରୁ କିଏ ନଥିବା ବେଳେ ପ୍ରେମିକ ସହ କେଉଁଆଡେ ଚାଲିଯାଇଥିଲେ। ଏନେଇ ଗାଙ୍ଗପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ ପରିବାର ଲୋକେ। ଉଦ୍ଧାର ପରେ ବ୍ରହ୍ମପୁର ସୁଧାରଗୃହରେ ରଖାଯାଇଥିଲା ୭ ମାସ । ପୁଅ ଘର ଲୋକେ ସୁଧାର ଗୃହରୁ ନେଇଯାଇଥିଲେ । ଏହାପରେ ପ୍ରାୟ ଦେଢ଼ ବର୍ଷ ହେଲା ପରିବାର ଲୋକଙ୍କୁ ଦେଖାଉନଥିଲେ ପୁଅଙ୍କ ପରିବାର ଲୋକେ। ଝିଅକୁ ଦେଖିବା ପାଇଁ ୫ ଲକ୍ଷ ଦାବି କରିଥିଲେ ପୁଅର ପରିବାର ଲୋକେ। ଆଜି ଝିଅ ବୈଦ୍ୟନାଥପୁରରେ ପହଞ୍ଚିବା ପରେ ହୋଇଥିଲା ଏହି ହାଇଡ୍ରାମା।